Connect with us

ଦେଶ ଓ ବିଦେଶ

ଇତିହାସକୁ ବିକୃତ କରିଦେଲେ ସମ୍ବିତ ପାତ୍ର

ଇତିହାସରେ ଓ ଦେଶର ସଂସଦୀୟ ଲାଇବ୍ରେରୀରେ ପଟେଲଙ୍କ ମୃତ୍ୟୁ ପରର ଘଟଣାବଳୀ ଅତି ସ୍ପଷ୍ଟ ଭାବରେ ଲିଖିତ ହୋଇ ରହିଛି । ସମ୍ବିତ ପାତ୍ର ବା ଅଞ୍ଜନା ଓମ କାଶ୍ୟପ ବୋଧେ ସଂସଦର ପ୍ରସିଡିଙ୍ଗ୍ସ ଦେଖିନାହାନ୍ତି । ବମ୍ବେରେ ୧୫, ଡିସେମ୍ବର, ୧୯୫୦ ଦିନ ୯.୩୭ରେ ସର୍ଦ୍ଦାର ପଟେଲଙ୍କର ଦେହାବସାନ ଘଟୁଛି । ସେହିଦିନ ଦିଲ୍ଲୀରେ ଦିନ ୧୧.୧୫ରେ ସଂସଦରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏହି ସମ୍ବାଦ ଦେବା ସହିତ ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରୁଛନ୍ତି ।

Published

on

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁଇଦିନ ତଳେ ଏକ ଘରୋଇ ହିନ୍ଦୀ ନ୍ୟୁଜ ଚାନେଲ “ଆଜତକ”ର ଏକ ବିତର୍କରେ ହଠାତ ସମ୍ବିତ ପାତ୍ର କାଶ୍ମୀର ପ୍ରସଙ୍ଗରୁ ସର୍ଦ୍ଦାର ପଟେଲଙ୍କ ମୃତ୍ୟୁ ପାଖରେ ପହଞ୍ଚିଗଲେ । ସର୍ଦ୍ଦାର ପଟେଲଙ୍କ ମୃତ୍ୟୁ ପୂର୍ବରୁ ସେ କୁଆଡେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ କ୍ୟାବିନେଟ ବୈଠକକୁ ଆସୁନଥିଲେ ଓ ତାଙ୍କ ମୃତ୍ୟୁ ପରେ ପଣ୍ଡିତ ନେହେରୁ କୁଆଡେ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ନ ଦେବାକୁ ଚିଠି ଲେଖି ଥିଲେ ବୋଲି ସମ୍ବିତ ଉଚ୍ଚ ଗଳାରେ କହିଥିଲେ । ହେଲେ ଏହା ଯେ ନିରୋଳା ଡାହା ମିଛ ତାହା ପୂର୍ବରୁ ପ୍ରମାଣିତ ହୋଇ ସାରିଛି। ଏହା ପଣ୍ଡିତ ନେହେରୁଙ୍କ ବିଶାଳ ବ୍ୟକ୍ତିତ୍ବ ଉପରେ ତୁଛା ଅପବାଦ ଲଦିବାର ନିର୍ଲଜ ପ୍ରୟାସ ଛଡା ଆଉ କିଛି କୁହାଯାଇ ନପାରେ ବୋଲି ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର କୁହନ୍ତି ଯେ, ସମ୍ବିତ ପାତ୍ର କେବଳ ଗଣମାଧ୍ୟମରେ ଏ ପ୍ରସଙ୍ଗରେ ମିଛ କହିନାହାନ୍ତି, ସେ ଦେଶର ସଂସଦ ଓ ଗାଣତାନ୍ତ୍ରିକ ପରମ୍ପରାର ଅପମାନ କରିଛନ୍ତି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଅଞ୍ଜନା ଓମ କାଶ୍ୟପ ଏହି ମିଛ ବିରୋଧରେ ପଦେ ନ କହି ସମ୍ବିତ ପାତ୍ରଙ୍କ ମିଛକୁ ପ୍ରୋତ୍ସାହିତ କରିଛନ୍ତି। ଅବଶ୍ୟ ଅଞ୍ଜନାଙ୍କ ଭଳି ସାମ୍ବାଦିକ ଯେ କିଛି ପଢାପଢି କରନ୍ତି, ସେ ଉପରେ ଆମର ଘୋର ସନ୍ଦେହ ରହିଛି ।

ଇତିହାସରେ ଓ ଦେଶର ସଂସଦୀୟ ଲାଇବ୍ରେରୀରେ ପଟେଲଙ୍କ ମୃତ୍ୟୁ ପରର ଘଟଣାବଳୀ ଅତି ସ୍ପଷ୍ଟ ଭାବରେ ଲିଖିତ ହୋଇ ରହିଛି । ସମ୍ବିତ ପାତ୍ର ବା ଅଞ୍ଜନା ଓମ କାଶ୍ୟପ ବୋଧେ ସଂସଦର ପ୍ରସିଡିଙ୍ଗ୍ସ ଦେଖିନାହାନ୍ତି । ବମ୍ବେରେ ୧୫, ଡିସେମ୍ବର, ୧୯୫୦ ଦିନ ୯.୩୭ରେ ସର୍ଦ୍ଦାର ପଟେଲଙ୍କର ଦେହାବସାନ ଘଟୁଛି । ସେହିଦିନ ଦିଲ୍ଲୀରେ ଦିନ ୧୧.୧୫ରେ ସଂସଦରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏହି ସମ୍ବାଦ ଦେବା ସହିତ ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରୁଛନ୍ତି । ତିନି ଦିନ ପୂର୍ବରୁ ଅସୁସ୍ଥ ହୋଇ ପଡିଥିବା ତାଙ୍କର ସାଥି ଓ ସହଯୋଗୀ ସର୍ଦ୍ଦାରଙ୍କୁ ୱିଲିଙ୍ଗଡନ ଏୟାରଫିଳ୍ଡରେ ସେ ବିଦାୟ ଦେବାକୁ ଯାଇଥିଲେ ବୋଲି କହୁଛନ୍ତି । ସଂସଦ ଅଧିବେଶନରୁ ସେ ସିଧାସଳଖ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ସହିତ ବମ୍ବେ ଯିବାକୁ ଘୋଷଣା କରୁଛନ୍ତି । ନିଜ ଶୋକପ୍ରସ୍ତାବରେ ସେ କହୁଛନ୍ତି – It is a great story, as all of us know, as the whole country knows, and history will record it in many pages and call him the Builder and Consolidator of the New India and will say many things about him. But perhaps to many of us here he will be remembered as a great captain of our forces in the struggle for freedom and as one who gave us sound advice in times of troubles as well as in moments of•, victory, as a friend and colleague on whom one could invariably rely, as a tower of strength which revived wavering hearts when we were in trouble. We shall remember him as a friend and a colleague and comrade above all, and I who have sat here on this bench side by side with him for these several years will feel rather forlorn and a certain empti-. ness will steal upon me when I look to his empty bench .I can say little more on this occasion. My colleague Mr. Rajagopalachari and I are going almost immediately. to pay our last tribute and homage to him in Bombay. I understand that the President has also decided to go to Bombay immediately, and the Speaker.

୧୫/୧୬, ଡିସେମ୍ବର, ୧୯୫୦ରେ ପ୍ରକାଶିତ ଖବର କାଗଜ ସବୁ ଏବେ ସହଜରେ ମିଳୁଛି । ସଂସଦର ପ୍ରତ୍ୟେକ ଶବ୍ଦ ଲିପିବଦ୍ଧ ହୋଇ ରହିଛି ଓ ଏହା ଅନଲାଇନ ଉପଲବ୍ଧ । ତା ସତ୍ତ୍ୱେ ସମ୍ବିତ ପାତ୍ର ଜାତୀୟ ଗଣମାଧ୍ୟମରେ ମିଛ କହିବାର ସାହସ କରୁଛନ୍ତି କେମିତି ? ଇତିହାସକୁ ବିଜେପି ଏକ ମିଛ କାରଖାନା ବୋଲି ଧରି ନେଇଛି ଓ ସେ ମିଛକୁ ଲୋକଙ୍କୁ ବିକେଇ ଭୋଟ ପାଇବାର କୌଶଳ ଚିରସ୍ଥାୟୀ ବୋଲି ଭାବୁଛି ବୋଲି କେଦାର କହିଛନ୍ତି। ହେଲେ ଇତିହାସ ପାଉଁଶ ତଳର ନିଆଁ। ଦିନ ଆସିବ, ବିଜେପି ନିଜ ମିଛର ସାମ୍ରାଜ୍ୟ ତଳେ ନିଜର ସତ୍ତା ହରାଇବ। ମିଛର ଶକ୍ତି ସାମୟିକ ଭାବେ ଶକ୍ତିଶାଳୀ ଲାଗିପାରେ, ହେଲେ ସତ୍ୟର ଶକ୍ତି ତଥା ବିଜୟ ଚିରନ୍ତନ।

ନିଜର ଉପରୋକ୍ତ ଯୁକ୍ତି ସହ ଇତିହାସର କିଛି ଦସ୍ତାବିଜ ମଧ୍ୟ ଉପସ୍ଥାପିତ କରାଯାଇଛି।

Advertisement
Advertisement
Advertisement

Trending