NFT ଲଞ୍ଚ କରିବେ ଭାଇଜାନ, ଜାଣନ୍ତୁ କ’ଣ ଏହା ?

NFT ଲଞ୍ଚ କରିବେ ଭାଇଜାନ, ଜାଣନ୍ତୁ କ’ଣ ଏହା ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ NFT ଲଞ୍ଚ କରିବାର ପ୍ରାୟ ଏକ ସପ୍ତାହ ପରେ ସଲମାନ ଖାନ ମଧ୍ୟ ନନ୍-ଫଞ୍ଜିବଲ୍ ଟୋକେନ୍ (NFT) ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଅଭିନେତା ଟ୍ୱିଟର ଦ୍ଵାରା ନିଜର ଏନଏଫଟି ସଂଗ୍ରହର ଶୁଭାରମ୍ଭ ଘୋଷଣା କରିଛନ୍ତି ଏବଂ ଏହାକୁ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ଅତୁଲ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଆରମ୍ଭ ହେଇଛି। ଏହା ଏକ ନୂତନ, ଉତ୍ସର୍ଗୀକୃତ, ବଲିଉଡ-ଥିମ୍ NFT ପ୍ଲାଟଫର୍ମ। ଅକ୍ଟୋବର ୧୩ ରେ ସଲମାନ ନିଜ ଏନଏଫଟିର ଶୁଭାରମ୍ଭ ଘୋଷଣା କରିବା ସହ ଲେଖିଛନ୍ତି, “ମୁଁ ଆସୁଛି, NFT ଆଣିକି। ସଲମାନ ଖାନଙ୍କ NFT ଖୁବ ଶୀଘ୍ର ବଲିକୋଇନରେ ଆସିବ। ଯୋଡି ହୋଇ ରହିଥାନ୍ତୁ ଭାଇଲୋଗ”। ଏକ ରିପୋର୍ଟରୁ ଜଣା ପଡିଛି ଯେ, ନିଜ ୱେବସାଇଟରେ ବଲିକୋଇନ୍ ଦ୍ୱାରା ତାଲିକାଭୁକ୍ତ ସେଲିବ୍ରିଟିଙ୍କ ଡିଜିଟାଲ୍ ଆଇଟମ୍ ଗୁଡିକ ଏଥେରମ୍ ବ୍ଲକ୍ ଚେନରେ ବିକ୍ରି ହେବ, ଯାହା ସାରା ବିଶ୍ୱର ବଲିଉଡ ପ୍ରଶଂସକଙ୍କୁ ସେମାନଙ୍କର ପ୍ରିୟ ବଲିଉଡ ଚଳଚ୍ଚିତ୍ରର NFT ମାଲିକ ହେବା ପାଇଁ ଏକ ପ୍ଲାଟଫର୍ମ ଉପସ୍ଥାପନ କରିବ।
ଏପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ କେତେକ ଅଗ୍ରଣୀ ପ୍ରଡକ୍ସନ ହାଉସ ସହିତ ସହଭାଗିତା ହୋଇଛି, ଯେଉଁଥିରେ ସଲମାନ ଖାନ ଫିଲ୍ମସ, ଅରବାଜ ଖାନ ପ୍ରଡକ୍ସନ୍ସ, ସୋହେଲ ଖାନ ପ୍ରଡକ୍ସନ୍ସ ଏବଂ ରିଲ ଲାଇଫ ପ୍ରଡକ୍ସନ୍ସ ଅନ୍ତର୍ଭୁକ୍ତ। ଅନ୍ୟ କେତେକ ପ୍ରଡକ୍ସନ୍ସ ହାଉସ ସହିତ କଥାବାର୍ତ୍ତା ଚାଲିଛି, ଏବଂ ଏହି ପ୍ଲାଟଫର୍ମ ଚଳିତ ବର୍ଷ ଡିସେମ୍ବରରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ପୂର୍ବରୁ ମଞ୍ଚ ସମାପ୍ତ କରିବା ନେଇ ଆଶା ପ୍ରକଟ କରିଛି।
ଟ୍ୱିଟରରେ ସଲମାନଙ୍କ NFTର ଚର୍ଚ୍ଚା:
ସଲମାନ ଖାନଙ୍କ ପ୍ରଶଂସକମାନେ NFT ଲଞ୍ଚ ଘୋଷଣାକୁ ନେଇ ବହୁତ ଖୁସି ଥିବା ସୋସିଆଲ ମିଡିଆରୁ ବାରି ହେଉଛି । ଟ୍ୱିଟରରେ ଅନେକ ଲୋକ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
NFT କ’ଣ?
ବିବିସି ରିପୋର୍ଟ ଅନୁଯାୟୀ, ଅର୍ଥନୀତିରେ ଫଞ୍ଜିବଲ୍ ସମ୍ପତ୍ତି ହେଉଛି କିଛି ଏଭଳି ୟୁନିଟ୍ ଯାହା ସହଜରେ ରୂପାନ୍ତରିତ ହୋଇପାରିବ – ଯେପରିକି ଟଙ୍କା। ଆପଣ ପଇସାକୁ, ସହଜରେ ୧୦ ଟଙ୍କିଆକୁ ୫-୫ ଟଙ୍କିଆ ନୋଟ୍ ସହିତ ବଦଳାଇ ପାରିବେ ଏବଂ ଏହାର ସମାନ ମୂଲ୍ୟ ରହିବ। କିନ୍ତୁ ଯଦି କିଛି ନନ୍-ଫଞ୍ଜିବଲ୍, ତେବେ ଏଭଳି କରିହେବନି। ଏହାର ଅର୍ଥ ହେଉଛି ଏହି ନନ୍-ଫଞ୍ଜିବଲ୍ ସମ୍ପତ୍ତିର ଏକ ସ୍ୱତନ୍ତ୍ର ଗୁଣ ଅଛି, ତେଣୁ ଏହା ଅନ୍ୟ କୌଣସି ଜିନିଷ ସହିତ ଅଦଳବଦଳ ହୋଇପାରିବ ନାହିଁ। ଏହି ଆଇଟମ୍ ଏକ ଘର ଠାରୁ ମୋନାଲିସା ର ଚିତ୍ର ପର୍ଯ୍ୟନ୍ତ ହୋଇପାରେ। ଅଧିକାଂଶ NFT ଗୁଡିକ ଇଥେରିଆନ୍ ବ୍ଲକ୍ ଚେନ୍ ର ଏକ ଅଂଶ। ଇଥେରେମ୍ ହେଉଛି ଏକ କ୍ରିପ୍ଟୋକରେନ୍ସି, ବିଟକଏନ୍ କିମ୍ବା ଡୋଗେକ୍ଏନ୍ ପରି, କିନ୍ତୁ ଏହାର ବ୍ଲକ୍ ଚେନ୍ ଏହି NFT ଗୁଡ଼ିକୁ ମଧ୍ୟ ସମର୍ଥନ କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: