ଚାଷ କରୁଛନ୍ତି ଛୋଟେ ନବାବ ତୈମୁର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ୍‌ର ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଏବେ ଚାଷ କରୁଛନ୍ତି। ବର୍ତ୍ତମାନ ସୈଫ୍‌ ଏବଂ ତୈମୁର୍‌ଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟ ପଟୌଦି ପ୍ୟାଲେସରେ କ୍ଷେତବାଡି କାମ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ କିଛି ଦିନ ପୁରୁଣା। କିନ୍ତୁ ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି।


ତୈମୁର କାଦୁଅ ମଝିରେ ଠିଆ ହୋଇଛନ୍ତି, କିନ୍ତୁ ତାଙ୍କ ମୁହଁରେ ଥିବା ହସ ବ୍ୟକ୍ତ କରୁଛି ଯେ, ସେ ଚାଷ କରି ବହୁତ ଖୁସି ଅଛନ୍ତି।

ଭାଇରାଲ ହୋଇଥିବା ଅନ୍ୟ ଏକ ଫଟୋରେ ତୈମୁର ହାତରେ କାଦୁଅ ବୋଳି ହୋଇଥିବା ଦେଖିବାକୁ ମିଳିଛି। ଏହାସହ ସୈଫ୍‌ ମଧ୍ୟ କିଛି ଦୂରରେ ଠିଆ ହୋଇ ଚାଷ କାର୍ଯ୍ୟ କରୁଥିବା ନଜର ଆସିଛନ୍ତି।
ଏହାପୂର୍ବରୁ ମଧ୍ୟ ଉଭୟଙ୍କ ଏମିତି କେତେ ଫୋଟୋ ସୋସିଆଲ ମିଡିଆରେ
ଭାଇରାଲ ହୋଇଥିଲା।

%d bloggers like this: