ଫେଜ୍-ଥ୍ରୀ ଷ୍ଟେଜରେ ରହିଛି କୋରୋନା ଟିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭିଡ୍ 19 ପାଇଁ ଭ୍ୟାକସିନ୍ ଆସିବା ନେଇ ପୁଣି ଆଶା ଉଜ୍ଜୀବିତ। ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଏବଂ ବାୟୋନଟେକ୍ ମିଳିତ ଭାବରେ ଏକ ଭ୍ୟାକସିନ୍ ଡେଭେଲପ୍ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଫେଜ୍-ଥ୍ରୀ ଷ୍ଟେଜରେ ରହିଛି। କୋରୋନା ଇନଫେକେସନ ରୋକିବାରେ ଏହା ଶତକଡ଼ା ୯୦ ପ୍ରତିଶତ ଫଳପ୍ରଦ ହେବ ବୋଲି ସମ୍ପୃକ୍ତ କମ୍ପାନୀ ଦ୍ୱୟ ଦାବି କରୁଛନ୍ତି।
କୋରୋନା ସଂକ୍ରମଣ ଏବେ ଅପେକ୍ଷାକୃତ ହ୍ରାସ ହୋଇଥିବାବେଳେ ଶୀତକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଲହର ଆଶଙ୍କ ରହିଛି। ତେଣୁ, ବିଶେଷଜ୍ଞ ଓ ଡାକ୍ତରମାନେ କୋରୋନା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏହାରି ଭିତରେ ବିଶ୍ୱର ବଡ଼ବଡ଼ କମ୍ପାନି ମଧ୍ୟ ଦିନରାତି କୋରୋନା ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି।

%d bloggers like this: