‘କନ୍ତାରା’ ସୁଟିଂ ପୂର୍ବରୁ ମାସେ ଆମିଷ ଛାଡ଼ି ଥିଲେ ଋଷଭ ସେଟ୍ଟୀ

‘କନ୍ତାରା’ ସୁଟିଂ ପୂର୍ବରୁ ମାସେ ଆମିଷ ଛାଡ଼ି ଥିଲେ ଋଷଭ ସେଟ୍ଟୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଋଷଭ ସେଟ୍ଟୀଙ୍କ କନ୍ନଡ ଫିଲ୍ମ ‘କନ୍ତାରା’ ବକ୍ସ ଅଫିସରେ ଦର୍ଶକଙ୍କ ମନ ଜିଣିବା ସହ ଭଲ ଆୟ ମଧ୍ୟ କରୁଛି। ୧୬ କୋଟିରେ ତିଆରି ଏହି ଫିଲ୍ମଟି ୧୫୦ କୋଟିରୁ ଅଧିକ ଟଙ୍କା ଆୟ କରି ସାରିଛି। ତେବେ ଏହାର ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ସେଟ୍ଟୀଙ୍କୁ ନେଇ ଫିଲ୍ମ ରିଲଜ ଦିନରୁ ଚର୍ଚ୍ଚା ଲାଗି ରହିଛି। ନିକଟରେ ଏକ ସାକ୍ଷାତକାରରେ ଫିଲ୍ମକୁ ପାଇଁ ତାଙ୍କୁ କେତେ କଠିନ ପରିଶ୍ରମ କରିବାକୁ ପଡିଥିଲା ତାହା ଜଣାଇଛନ୍ତି। ନିକଟରେ TOI କୁ ଦେଇଥିବା ଏକ ସାକ୍ଷାତକାରରେ ଋଷଭ ସେଟ୍ଟୀ ଏହି ଚଳଚ୍ଚିତ୍ରର ସୁଟିଂର କଠିନ ଅଂଶ ବିଷୟରେ କହିଥିଲେ ଏବଂ ପରବର୍ତ୍ତୀ ଜଟିଳ ପ୍ରକ୍ରିୟାକୁ ଆଲୋକିତ କରିଥିଲେ। ସେ କହିଥିଲେ “ଅଭିନୟ ଅଂଶ ନିଶ୍ଚିତ ଭାବରେ ସବୁଠାରୁ କଠିନ ଥିଲା। ଏକ୍ସପ୍ରେସନ୍ ହେତୁ ନୁହେଁ ବରଂ ଆକ୍ସନ୍ ଯୋଗୁଁ । ବିଶେଷ କରି ୫୦-୬୦ କିଲୋଗ୍ରାମ ଓଜନ ଯାହା ମୋତେ ଦେଭ କୋଲା ସିକ୍ୟୁଏଂଶ ସମୟରେ ଉଠାଇବାକୁ ପଡିଲା। ମୁଁ ଏହି ସିକ୍ୟୁଏଂଶ ସୁଟିଂର ୨୦-୩୦ ଦିନ ପୂର୍ବରୁ ଆମିଷ ଖାଇବା ଛାଡି ଦେଇଥିଲି । ଦେଭ କୋଲା ମୁଖା ପିନ୍ଧିବା ପରେ ମୁଁ ନଡିଆ ପାଣି ଛଡା ଆଉ କିଛି ଖାଉ ନଥିଲି କି ପିଉ ନଥିଲି। ସେମାନେ ମୋତେ ଏହି ଦେଭ କୋଲା ସିକ୍ୟୁଏଂଶ କରିବା ପୂର୍ବରୁ ଏବଂ ପରେ ପ୍ରସାଦ ଦେଉଥିଲେ ।

“ମୁଁ ଏହାର ଶେଷ ଭାଗରେ କୋଲାପସ ହୋଇଯାଇଥିଲା । କିନ୍ତୁ ମୁଁ ଉଠିଗଲି ନଚେତ୍ ଲୋକଙ୍କ ଶକ୍ତି ହ୍ରାସ ପାଇଥାନ୍ତା । ମୁଁ ସୁଟିଂ କରିବା ସମୟରେ କଠିନତା ବିଷୟରେ ଚିନ୍ତା କରି ନଥିଲି । ବର୍ତ୍ତମାନ ଗଣମାଧ୍ୟମ ଏହା ବିଷୟରେ ପଚାରିବାରୁ, ମୁଁ ଏହା ବିଷୟରେ କହୁଛି । ଆକ୍ସନ୍ ସିକ୍ୟୁଏଂଶରେ ଯେଉଁଠାରେ ମୋତେ ଫାୟାରଷ୍ଟିକ୍ ଦ୍ୱାରା ମାଡ଼ ଦିଆଯାଉଛି ତାହା ସତରେ ଥିଲା । ଏହାଦ୍ବାରା ମୋର ପିଠି ଜଳି ଯାଇଛି। ଏହା ଏକ ଯନ୍ତ୍ରଣାଦାୟକ ସୁଟିଂ ଥିଲା କିନ୍ତୁ ମୋ ମନରେ ଏକମାତ୍ର ଜିନିଷ ଥିଲା ଯେ ମୁଁ ଏହା କରିବାକୁ ଚାହୁଁଥିଲି। ” ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଏହି ଫିଲ୍ମଟି ଗୋଟିଏ ରାଜା ଏବଂ ଆଦିବାସୀ ଦେବତା (ଭୂତ) ଉପରେ ଆଧାରିତ। ଫିଲ୍ମର କାହାଣୀ ଲୋକଙ୍କ ମନକୁ ବେଶ ଛୁଇଁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: