ଏବେବି ପୃଥିବୀରେ ପ୍ରବାହିତ ହେଉଛି ରକ୍ତର ନଦୀ

ଏବେବି ପୃଥିବୀରେ ପ୍ରବାହିତ ହେଉଛି ରକ୍ତର ନଦୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଯଦି ଆପଣଙ୍କୁ ପଚରା ଯାଏ ଯେ, ନଦୀ କିମ୍ବା ସମୁଦ୍ରର ଜଳର ରଙ୍ଗ କିପରି, ତେବେ ନିଶ୍ଚିତ ଭାବରେ ଆପଣଙ୍କର ଉତ୍ତର ଧଳା, ନୀଳ କିମ୍ବା ମାଟିଆ ହେବ, କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ନଦୀ ଅଛି ଯାହାର ଜଳ ରଙ୍ଗ ରକ୍ତ ପରି ନାଲି? ଏହି ନଦୀକୁ ‘ ରେଡ ରିଭର’ କୁହାଯାଏ, ଏବଂ କେହି କେହି ଏହାକୁ ରକ୍ତ ନଦୀ ମଧ୍ୟ କୁହନ୍ତୁ। ଏହି ‘ରକ୍ତ’ ନଦୀ ଦକ୍ଷିଣ ଆମେରିକା ମହାଦେଶର ପେରୁରେ ଅବସ୍ଥିତ। ଏହି ନଦୀ ତାର ବିଚିତ୍ରତା ପାଇଁ ସମଗ୍ର ବିଶ୍ୱରେ ପରିଚିତ। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହାକୁ ଦେଖିବା ପାଇଁ ଆସନ୍ତି ଏବଂ ନଦୀର ଜଳ ଲାଲ ରଙ୍ଗ ଦେଖି ବିସ୍ମିତ ହୁଅନ୍ତି।ପେରୁର ଇନ୍ଦ୍ରଧନୁ ମାଉଣ୍ଟେନ୍ ଭିନିକୁଙ୍କା ନାମକ ସ୍ଥାନରେ ଅବସ୍ଥିତ ଏହି ‘ରେଡ୍ ନଦୀ’ରେ ପହଁରିବା ନିଷେଧ କି ନାହିଁ ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ, କିନ୍ତୁ ଏହାର ଲାଲ ରଙ୍ଗ ଦେଖି ଆପଣ ଏହି ନଦୀରେ ପହଁରିବା ବିଷୟରେ କଳ୍ପନା କରି ପାରିବେ ନାହିଁ।

କେବଳ ସେତିକି ନୁହେଁ ଏହି ନଦୀର ଜଳ ମଧ୍ୟ କେହି ପିଇବାକୁ ଇଚ୍ଛା କରିବେ ନାହିଁ।ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ନଦୀର ଜଳ କାହିଁକି ଲାଲ ରଙ୍ଗର, ତେବେ କହି ରଖୁ ଯେ, ଏଠାରେ ଥିବା ପର୍ବତ ଏବଂ ଉପତ୍ୟକାରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଅଛି, ଯେଉଁଥିପାଇଁ ନଦୀର ଜଳ ଲାଲ ହୋଇଯାଏ, ବିଶେଷ କରି ବର୍ଷା ଦିନେ ନଦୀ ଜଳ ଅଧିକ ଲାଲ ଦେଖାଯାଏ। ଯଦିଓ ଲୋକମାନେ କୁହନ୍ତି ଯେ, ନଦୀର ଜଳ ସବୁବେଳେ ଲାଲ ନୁହେଁ, କିନ୍ତୁ ବର୍ଷା ବ୍ୟତୀତ ଆଉ କେତେକ ଋତୁରେ ଜଳ ଅପରିଷ୍କାର ଏବଂ ବାଦାମୀ ରଙ୍ଗରେ ପରିଣତ ହୋଇଥିବାବେଳେ ବର୍ଷା ଋତୁରେ ନାଲି ହୋଇଯାଏ । ସେଥିପାଇଁ ଲୋକମାନେ କେବଳ ବର୍ଷା ଋତୁରେ ଏହି ନଦୀ ଦେଖିବାକୁ ଆସନ୍ତି। ତେବେ ଏଠାରେ ଗାଧୋଇବା ବା ଏହାର ପାଣି ବ୍ୟବହାର ପାଇଁ କଟକଣା ରହିଛି। କେହି କେହି ଏହାକୁ ପୌରାଣିକ କଥା ସହ ଯୋଡ଼ିଛନ୍ତି ମଧ୍ୟ। ଏବଂ ଏହା ଦୈବୀ ଶକ୍ତି କାରଣରୁ ଲାଲ ହେଉଥିବା କୁହନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: