ରିୟାଙ୍କୁ ଜାମିନ, ଜେଲ୍ ରେ ରହିବେ ସୌଭିକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ। ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ସେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ।

କିନ୍ତୁ ତାଙ୍କ ଭାଇ ସୌଭିକଙ୍କୁ ଜାମିନ ମିଳିନାହିଁ। ତାଙ୍କ ଜାମିନ୍ ଆବେଦନ କୋର୍ଟ ଖାରଜ କରିଦେଇଛନ୍ତି। ଆସନ୍ତା ୨୦ ତାରିଖ ଯାଏ ସେ ବିଚାର ବିଭାଗୀୟ ହାଜତରେ ରହିବେ। ଡ୍ରଗ୍ସ୍ ପ୍ୟାଡଲର୍ ବାସିତ୍ ପରିହାରର ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

%d bloggers like this: