କୋରୋନା ପାଇଁ ଗଞ୍ଜେଇ ଚିକିତ୍ସା, ଜାଣନ୍ତୁ କେମିତି ହେଲା ସଫଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗଞ୍ଜେଇ ଚିକିତ୍ସା ଦ୍ୱାରା ଭଲ ହେବେ ଗୁରୁତର କୋରୋନା ରୋଗୀ। ଆମେରିକାର ଦକ୍ଷିଣ କରୋଲିନା ବିଶ୍ୱବିଦ୍ୟାଳୟ ଗବେଷକମାନେ ଏନେଇ ଆଶା ଉଜ୍ଜୀବିତ କରିଛନ୍ତି। ମୂଷାମାନଙ୍କ ଶରୀରରେ ପ୍ରଥମେ ଏହା ପରୀକ୍ଷଣ କରାଯାଇ ସଫଳ ହେବାପରେ ଏବେ ଆଶା ପ୍ରକଟ ହୋଇଛି। ଗଞ୍ଜେଇରେ ଥିବା ଟିଏଚସି( ଟେଟ୍ରାହିଡ୍ରୋକାନାବିନୋଲ) ପଦାର୍ଥ ଜରିଆରେ କୋରୋନା ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ। ଟିଏଚସି ଶ୍ଵାସ ପ୍ରକ୍ରିୟାରେ ସମସ୍ୟା ଥିବା ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବାରୁ ଆଗାମୀ ଦିନରେ ଏହା ଫଳପ୍ରଦ ହେବ ବୋଲି ଗବେଷକମାନେ କହିଛନ୍ତି। ତେବେ ମୂଷାଙ୍କୁ ଏକ ଟକ୍ସିନ ଏବଂ ପରେ ଟିଏଚସି ଦିଆଯାଇଥିଲା। ଏହା ସଫଳ ହେବାପରେ ମଣିଷ ଶରୀରରେ ଏବେ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି।


ସାରା ବିଶ୍ୱ ଏବେ କୋରୋନା ମହାମାରୀ କବଳରେ କବଳିତ ଥିବାବେଳେ ବିଭିନ୍ନ ଦେଶ ଟିକା ପରୀକ୍ଷଣରେ ଲାଗି ପଡ଼ିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡିସେମ୍ବର ସୁଦ୍ଧା ଟିକା ଆସିବା ନେଇ ସୂଚନା ଦେଇଥିବାବେଳେ ଭାରତ ମଧ୍ୟ ଟିକା ପରୀକ୍ଷଣରେ ପଛରେ ପଡ଼ିନାହିଁ। ଖୁବଶୀଘ୍ର ଭାରତ ମଧ୍ୟ ଏହି ପ୍ରୟାସରେ ସଫଳ ହେବ ବୋଲି ଆଶା କରାଯାଉଛି।

%d bloggers like this: