ଡିସେମ୍ବର ସୁଦ୍ଧା ଆସିଯିବ କରୋନା ଟିକା: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା । ବିଶ୍ୱ ସ୍ବାସ୍ଥ୍ଯ ସଂଗଠନ ମୁଖ୍ଯ ଏହି ସୂଚନା ଦେଇଛନ୍ତି ।

ମହାମାରୀ ନେଇ ପରିଚାଳନା ବୋର୍ଡ ବୈଠକରେ ଉଦବୋଧନ ଦେବା ଅବସରରେ ବିଶ୍ୱ ସ୍ବାସ୍ଥ୍ଯ ସଂଗଠନ ର ନିର୍ଦେଶକ ଟେଡ୍ରସ କହିଛନ୍ତି ଆମକୁ ଟିକାର ଆବଶ୍ଯକତା ଅଛି ଓ ବିଶ୍ୱାସ ଅଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଆମ ପାଖରେ କରୋନା ଟିକା ଉପଲବ୍ଧ ହେବ । ତେବେ ୯ଟି ଭ୍ଯାକ୍ସିନ ପରୀକ୍ଷଣ ପଯର୍ୟାୟରେ ଅଛି । ତେବେ ବିଶ୍ୱ ସ୍ବାସ୍ଥ୍ଯ ସଂଗଠନର କୋଭାକ୍ସ ଗ୍ଲୋବାଲ ଫାସିଲିଟି ଦ୍ୱାରା ୨୦୨୧ ଶେଷ ସୁଦ୍ଧା ୨ ଶହ କୋଟି ଡୋଜ୍ ବିତରଣ ଲକ୍ଷ୍ଯ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ଏହି ବୈଠକରେ WHO ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡାକ୍ତର ହର୍ଷବର୍ଦ୍ଧନ ଭିଡିଓ କନ୍ଫରେନ୍ସିଂରେ ଭାଗ ନେଇଥିଲେ ।

%d bloggers like this: