ମା ‘ ହେଲେ ଆଲିଆ, ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ହେଉଛି ଚର୍ଚ୍ଚା

ମା ‘ ହେଲେ ଆଲିଆ, ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ହେଉଛି ଚର୍ଚ୍ଚା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ମା ‘ ହେଲେ ଆଲିଆ, କପୁର ପରିବାରକୁ ଆସିଲା ନୂଆ ଅତିଥି। ବଲିଉଡ୍‌ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହୋଇଛନ୍ତି। ଆଜି ସେମାନେ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଆଲିଆ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଖବର ପାଇବା ପାରେ ଆଲିଆ ଓ ରଣବୀରଙ୍କ ପ୍ରଶଂସକମାନେ ବହୁତ ଖୁସି ହେବା ସହ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି, ତାଙ୍କର ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି -ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ। ଆମେ ପ୍ରେମରେ ପରିପୂର୍ଣ୍ଣ, ଭାଗ୍ୟବାନ ଏବଂ ପିତାମାତା ହୋଇଛୁ ।ଆଲିଆ ଏବଂ ରଣବୀରଙ୍କ ଠାରୁ ବହୁତ ପ୍ରେମ ।ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ଆଜି ସକାଳ ୭.୩୦ରେ ମୁମ୍ବାଇର ଅମ୍ବାନୀ ହସ୍ପିଟାଲରେ ନଜର ଆସିଥିଲେ। ଗର୍ଭ ଯନ୍ତ୍ରଣା ହେବା ପରେ ଆଜି ଆଲିଆଙ୍କୁ ମୁମ୍ବାଇର ଏଚ୍‌ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ତାଙ୍କର ଡେଲିଭରି ହୋଇଥିଲା ଉଭୟ ମା ଓ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅଲିଆ ଓ ରଣବୀର ଗତ ଏପ୍ରିଲ ମାସରେ ବିବାହ କରିଥିବା ବେଳେ ଜୁନ ମାସରେ ସେ ଗର୍ଭବତୀ ନେଇ ସ୍ପଷ୍ଟ କରିଥିଲେ ଅଲିଆ। ତେବେ ଗତ ୧୦ରୁ୧୨ ଦିନ ହେବ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ଯାଇଥିବାର ଜଣା ପଡ଼ିଥିଲା। ତେବେ ବିବାହ ପୂର୍ବରୁ ଆଲିଆ ଗର୍ଭବତୀ ଥିବା କଥା ଚର୍ଚ୍ଚା ହେଉଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: