ସ୍ବାସ୍ଥ୍ୟ ସହ ତ୍ଵଚା ଚାମକାଇବ ପାଳଙ୍ଗ ଇଟିଲି

ସ୍ବାସ୍ଥ୍ୟ ସହ ତ୍ଵଚା ଚାମକାଇବ ପାଳଙ୍ଗ ଇଟିଲି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶୀତଦିନରେ ପାଳଙ୍ଗ ସସ୍ତରେ ଓ ପ୍ରଚୁର ପରିମାଣରେ ମିଳିଥାଏ। ପାଳଙ୍ଗ ଖାଇବା ଦେବାପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ପାଳଙ୍ଗ ଶାଗ ଅନେକଙ୍କୁ ଭଲ ଲାଗି ନଥାଏ ଏବଂ ଆଉ କେହି କେହି ନୂଆନୂଆ ଆଇଟମ ପାଳଙ୍ଗରେ ପ୍ରସ୍ତୁତ କରି ଖାଇବାକୁ ଇଚ୍ଛା କରନ୍ତି। ଯଦି ଆପଣ ବି ସେଭଳି ଇଚ୍ଛା ରଖିଛନ୍ତି ତେବେ ଆଜି ଆମେ ପାଳଙ୍ଗରେ ପ୍ରସ୍ତୁତ ଏକ ବିଶେଷ ରେସିପ ବିଷୟରେ କହିବୁ। ଏହା ଦେଖିବାକୁ ସୁନ୍ଦର, ସ୍ଵାଦିଷ୍ଟ ଏବଂ ସ୍ବାସ୍ଥ୍ୟ ଉପଯୋଗୀ। ଏହାର ନା ହେଉଛି ପାଳଙ୍ଗ ଇଟିଲି। ଏହି ଇଟିଲି ସାଧାରଣ ଇଟିଲି ଅପେକ୍ଷା ସ୍ଵାଦିଷ୍ଟ ଓ ସ୍ବାସ୍ଥ୍ୟକର। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ।

ଆବଶ୍ୟକ ସାମଗ୍ରୀ:

ସୁଜି ବା ଚାଉଳ ଗୁଣ୍ଡ – ୧କପ,କଟା ପାଳଙ୍ଗଶାଗ – ୨କପ, କୋରା ହୋଇଥିବା ଗାଜର – ୧କପ,ଦହି – ୧କପ, ସୋରିଷ – ୧ ଚାମଚ,ବୁଟଡାଲି – ୧ ଚାମଚ,ବିରିଡାଲି – ୧ ଚାମଚ, କାଜୁ – ୧ ଚାମଚ,କଟା ଅଦା – ଅଧ୍ ଚାମଚ,କଞ୍ଚାଲଙ୍କା – ୨ ଟି, ଜିରା – ୧ ଚାମଚ, ଗୁଆ ଘିଅ – ୧ ଚାମଚ, ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ :– ପ୍ରଥମେ ପାଳଙ୍ଗଶାଗକୁ ଭଲ ଭାବେ ଧୋଇ କାଟି କରି ରଖନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ଘିଅ ଦେଇ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସୋରିଷ ପକାଇ ଭାଜନ୍ତୁ। ଭାଜିବା ପରେ ବିରିଡାଲି,ବୁଟଡାଲି,କାଜୁ ସେଥିରେ ପକାଇ ଭାଜନ୍ତୁ। ଏବେ ଏଥିରେ କୋରା ଯାଇଥିବା ଗାଜର ସୁଜି ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଦହି ପକାଇ କିଛି ସମୟ ରଖି ଦିଅନ୍ତୁ।ପୁଣି କଡେଇ ଅଳ୍ପ କିଛି ଘିଅ ପକାଇ ଗରମ କରନ୍ତୁ। ଏଥିରେ ଜିରା,ଅଦା,କଞ୍ଚା ଲଙ୍କା, ପକାଇ ଭାଜନ୍ତୁ। ଏବେ ସେଥିରେ କଟା ହୋଇଥିବା ପାଳଙ୍ଗ ଶାଗ ପକାଇ ଭାଜି ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ପୂର୍ବରୁ ଥିବା ସୁଜି ମିଶ୍ରଣରେ ମିଶାନ୍ତୁ। ଏଥିରେ ଆବଶ୍ୟକତା ଅନୁଯାୟୀ ଲୁଣ ମିଶାନ୍ତୁ। ଏବେ ଛାଞ୍ଚରେ ଅଳ୍ପ ଘିଅ ଲଗାନ୍ତୁ। ଛାଞ୍ଚରେ ପ୍ରସ୍ତୁତ ମିଶ୍ରଣକୁ ରଖନ୍ତୁ। ଗ୍ୟାସ ଲଗାଇ ଇଟିଲି ଚାଞ୍ଚକୁ ବସାଇ ୧୫ ମିନିଟ ରଖନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଚଟଣି ସହ ଖାଆନ୍ତୁ ପାଳଙ୍ଗଶାଗ ଇଟିଲି।ଆପଣ ଏହାକୁ ସିଧା ସଳଖ ବିରି,ଚାଉଳ ସହ ବାଟି ସାଧାରଣ ଇଟିଲି ଭଳି ମଧ୍ୟ ପ୍ରସ୍ତୁତ କରିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: