ରାମ ସେତୁ ରହସ୍ୟରୁ କ’ଣ ସତରେ ଉଠିବ ରହସ୍ୟ?

ରାମ ସେତୁ ରହସ୍ୟରୁ କ’ଣ ସତରେ ଉଠିବ ରହସ୍ୟ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାମ ସେତୁ ବିଷୟରେ ଆପଣ ଅଳ୍ପ ବହୁତେ ଶୁଣିଥିବେ, ରାମାୟଣରେ ରାମ ସେତୁ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯିବା ସହ ଏହାର ଗୁରୁତ୍ୱକୁ ପ୍ରତିପାଦନ କରାଯାଇଛି। ଲଙ୍କାର ରାଜା ରାବଣ କବଳରୁ ପ୍ରଭୁ ରାମ ସୀତା ମାତାଙ୍କୁ ଉଦ୍ଧାର କରିବାକୁ ବାନର ସେନା ସାହାଯ୍ୟରେ ଏହି ସେତୁ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ନିର୍ମିତ ହୋଇଛି ଏହି ସେତୁ। ତେବେ ରାମ ସେତୁ ଆଜିକା ସମୟରେ ଏକ ଅଡୁଆ ସୂତା ପରି ହୋଇଛି, କେହି କେହି ଏହାର ଆସ୍ତିତ୍ୱକୁ ବିଶ୍ବାସ କରୁଥିବା ବେଳେ ଅନେକ ଏହା ରାମ ସେତୁ ବୋଲି ମାନନ୍ତି ନାହିଁ। କିନ୍ତୁ କିଛି ମାସ ଆଗରୁ ଆମେରିକୀୟ ସାଇନ୍ସ ଚ୍ୟାନେଲ ଦାବି କରିଥିଲା ​​ଯେ ରାମ ସେତୁ ପ୍ରକୃତରେ ରହିଛି ଏବଂ ଏହାକୁ ରାମାୟଣ ସମୟ ସହ ଜଡିତ। ଏକ ଅନୁସନ୍ଧାନ ପରେ ସେ ରାମ ସେତୁକୁ ମନୁଷ୍ୟକୃତ ବୋଲି ବର୍ଣ୍ଣନା କରିଥିଲା। ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୫୦ କିଲୋମିଟର ଲମ୍ବା ଲାଇନ ପଥରରେ ନିର୍ମିତ ହୋଇଛି ଏବଂ ଏହି ପଥର ପ୍ରାୟ ୭୦୦୦ ବର୍ଷ ପୁରୁଣା। ଏବଂ ଏହା ଉପରେ ଥିବା ବାଲି ୪୦୦୦ ବର୍ଷ ପୁରୁଣା।
ତେବେ ଏହି ସେତୁ ବିଭିନ୍ନ ନାମରେ ମଧ୍ୟ ଜଣାଶୁଣା। ରାମାୟଣ କାଳରେ ଭଗବାନ ରାମ ଏହାକୁ ନୀଳ ସେତୁ କହିଥିଲେ। ଏହା ପରେ ଶ୍ରୀଲଙ୍କାର ମୁସଲମାନମାନେ ଏହି ସେତୁକୁ ଆଦମ ବ୍ରିଜ ନାମରେ ନାମିତ କରିଥିଲେ। ଖ୍ରୀଷ୍ଟିଆନମାନେ ଏହାର ନାମ ଏଡେମ୍ ବ୍ରିଜ୍ ରଖିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ଆଡମ ଏହି ସେତୁ ଦେଇ ଯାଇଛନ୍ତି। ଏହି ସେତୁର ନାମ ରାମାୟଣରେ ରାମ ସେତୁ ଭାବରେ ଉଲ୍ଲେଖ କରାଯାଇଛି।
ଅନ୍ୟ ଏକ ଆଶ୍ଚର୍ଯ୍ୟକର କଥା ହେଉଛି ରାମ ସେତୁ ନିର୍ମାଣ ମାତ୍ର ୫ ରୁ ୬ ଦିନ ମଧ୍ୟରେ ଶେଷ ହୋଇଥିଲା ବୋଲି କୁହାଯାଏ। ଏହି କଥାକୁ ଆମେରିକୀୟ ବୈଜ୍ଞାନିକମାନେ ମଧ୍ୟ ଏହି ଗ୍ରହଣ କରିଛନ୍ତି। ରାମାୟଣ ବର୍ଣ୍ଣନା ଅନୁଯାୟୀ ସମୁଦ୍ରର ଦୈର୍ଘ୍ୟ ପ୍ରାୟ ୧୦୦ ଯୋଜନ ଅଟେ। ଏକ ଯୋଜନାରେ ପ୍ରାୟ ୧୩ ରୁ ୧୪ କିଲୋମିଟର ହୋଇଥାଏ ତେଣୁ ରାମ ସେତୁର ଲମ୍ବ ପ୍ରାୟ ୧୪୦୦ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି।
ତେବେ ଲୋକମାନେ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ, ରାମ ସେତୁରେ ପାଦରେ ଚାଲି ରମେଶ୍ୱରାମଠାରୁ ମନ୍ନାର ପର୍ଯ୍ୟନ୍ତ ଯାତ୍ରା କରୁଥିଲେ | ସେମାନେ ପାରମ୍ପାରିକ ଯାନର ମଧ୍ୟ ବ୍ୟବହାର କରୁଥିଲେ ସେଟୁରେ ଯାତାୟତ ପାଇଁ। ତେବେ କୁହାଯାଏ ଯେ ଭଗବାନ ରାମ ରାବଣଙ୍କୁ ବଧ କରି ସୀତାଙ୍କୁ ସାଙ୍ଗରେ ଧରି ଶ୍ରୀଲଙ୍କାରୁ ଫେରିବା ପରେ ରାମ ସେତୁକୁ ସମୁଦ୍ରରେ ବୁଡ଼ାଇ ଦେଇଥିଲେ। ଯାହାଦ୍ୱାରା କେହି ଏହାର ଅପବ୍ୟବହାର କରିପାରିବେ ନାହିଁ। ଏହି ଘଟଣା ଅନେକ ଯୁଗ ପୂର୍ବରୁ ହୋଇଥିବା କୁହାଯାଉଛି। କିନ୍ତୁ ସମୟ କ୍ରମେ ସମୁଦ୍ରର ଜଳ ସ୍ତର ହ୍ରାସ ପାଇକୁ ଲାଗିବାରୁ ସେତୁ ପୁଣି ଉପରକୁ ଦେଖା ଯାଉଛି। ଯାହାକି ଆମେରିକା ବୈଜ୍ଞାନିକ ମଧ୍ୟ ପ୍ରଣାମ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *