ସୌର ମଣ୍ଡଳର ସବୁଠୁ ଧନୀ ଗ୍ରହ, ପ୍ରତିଦିନ ହୁଏ ହୀରା ବର୍ଷା, ହେଲେ ଆଣିବା ମନା

ସୌର ମଣ୍ଡଳର ସବୁଠୁ ଧନୀ ଗ୍ରହ, ପ୍ରତିଦିନ ହୁଏ ହୀରା ବର୍ଷା, ହେଲେ ଆଣିବା ମନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତ କିଛି ବର୍ଷ ହେବ ପୃଥିବୀ, ସୌରମଣ୍ଡଳ, ଏଲିଏନ ଆଦିର ଅସ୍ତିତ୍ଵକୁ ନେଇ ଅନେକ ଗବେଷଣା ଜାରି ରହିଛି। ଯେଉଁଥିରୁ ପର୍ଯ୍ୟାୟ କ୍ରମେ ରୋଚକ ତଥ୍ୟ ମଧ୍ୟ ବାହାରକୁ ଆସିଥାଏ। ଏବେ ସେହିଭଳି ସୌରମଣ୍ଡଳର ଏକ ଗ୍ରହକୁ ନେଇ ରହସ୍ୟମୟ ଖବର ପ୍ରକାଶ ପାଇଛି। ଆଜି ଆମେ ଆପଣଙ୍କୁ ସୌର ମଣ୍ଡଳରେ ଥିବା ସେହି ଗ୍ରହ ବିଷୟରେ କହିବାକୁ ଯାଉଛୁ ଯାହା ସୌର ମଣ୍ଡଳର ସବୁଠାରୁ ବିପଜ୍ଜନକ ଏବଂ ରହସ୍ୟମୟ ଗ୍ରହ ବୋଲି ବିବେଚନା କରାଯାଏ। ଏହାକୁ ଧନି ଗ୍ରହ ମଧ୍ୟ କେହି କେହି କୁହନ୍ତି। କେବଳ ସେତିକି ନୁହେଁ, ଏହି ଗ୍ରହରେ ଅନେକ ସମୟରେ ହୀରାର ବର୍ଷା ହୋଇଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି , ଯାହାକି ଏହି ଗ୍ରହକୁ ସୌର ମଣ୍ଡଳର ଅନ୍ୟ ଗ୍ରହମାନଙ୍କଠାରୁ ଭିନ୍ନତା ପ୍ରଦାନ କରିଥାଏ।
ତେବେ ସେତିକି ନୁହେଁ ସୌର ମଣ୍ଡଳରେ ଚାରିଟି ଗ୍ରହ ଅଛି, ଯାହାକୁ ‘ଗ୍ୟାସ୍ ରାକ୍ଷସ’ କୁହାଯାଏ। କାରଣ ମାଟି – ପଥର ବଦଳରେ ଅଧିକ ପରିମାଣର ଗ୍ୟାସ୍ ସେଠାରେ ଅଛି। ସେମାନଙ୍କର ଆକାର ମଧ୍ୟ ବହୁତ ବଡ। ଏଥିମଧ୍ୟରୁ ଗୋଟିଏ ହେଉଛି ନେପଚୁନ୍। ଅବଶିଷ୍ଟ ତିନିଟି ହେଉଛି ବୃହସ୍ପତି, ଶନି ଏବଂ ୟୁରନିୟସ। ନେପଚୁନ୍ ଗ୍ରହ ପୃଥିବୀଠାରୁ ବହୁତ ଦୂରରେ ରହିଥାଏ, ଏଠାରେ ତାପମାତ୍ରା ମାଇନସ୍ ୨୦୦ ଡିଗ୍ରୀ ସେଲସିୟସ୍ ରୁ ଅଧିକ ରହିଥାଏ। ଅର୍ଥାତ୍ ଏହି ତାପମାତ୍ରାରେ ବ୍ୟକ୍ତି ପଥର ପରି ବରଫ ହୋଇଯାଏ।
ନେପଚୁନ୍ ହେଉଛି ସେଇ ଗ୍ରହ ଯେଉଁଠି ହୀରାର ବର୍ଷା ହୋଇଥାଏ।
କୁହାଯାଏ ଯେ ନେପଚୁନ୍ ଗ୍ରହରେ ସଂରକ୍ଷିତ ହୋଇ ରହିଥିବା ମିଥେନ ଗ୍ୟାସର ବର୍ଷା ହୋଇଥାଏ ଏବଂ ଏଠାରେ ପବନର ବେଗ ସୌରମଣ୍ଡଳର ଅନ୍ୟ ଗ୍ରହମାନଙ୍କ ତୁଳନାରେ ବହୁତ ଅଧିକ। ମିଥେନର ସୁପରସୋନିକ୍ ପବନକୁ ରୋକିବା ପାଇଁ ଏହି ଗ୍ରହରେ କିଛି ନାହିଁ, ତେଣୁ ସେମାନଙ୍କର ଗତି ୧୫୦୦ ମିଲିମିଟର ପର୍ଯ୍ୟନ୍ତ ହୋଇଥାଏ। ନେପଚୁନ୍ ବାୟୁମଣ୍ଡଳରେ ଘନୀଭୂତ ଅଙ୍ଗାରକାମ୍ଳ ହେତୁ ଏଠାରେ ହୀରାର ବର୍ଷା ମଧ୍ୟ ହୋଇଥାଏ। କିନ୍ତୁ ଏହି ହୀରା ସଂଗ୍ରହ କରିବାକୁ ସେଠିକି କେହି ଯାଇ ପାରିବେ ନାହିଁ କି କୌଣସି ଡିଭାଇସ୍ କମ ଦେବ ନାହିଁ କାରଣ ଏଠାରେ ଏତେ ଥଣ୍ଡା ଯେ ଜଣେ ବ୍ୟକ୍ତି ବା ବାସ୍ତୁ କିଛି ସେକେଣ୍ଡରେ ବରଫ ପାଲଟି ଯିବ। ତେବେ ଏହି ଗ୍ରହକୁ ନେଇ ଅଧିକ ଗବେଷଣା ଜାରି ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: