ଖୁବଶୀଘ୍ର ପୃଥିବୀର ଅନ୍ତ! ଭୟଙ୍କର ପ୍ରଳୟ ସହ ନିଆଁ ବର୍ଷାରେ ସରିବ ପୃଥିବୀ!

ଖୁବଶୀଘ୍ର ପୃଥିବୀର ଅନ୍ତ! ଭୟଙ୍କର ପ୍ରଳୟ ସହ ନିଆଁ ବର୍ଷାରେ ସରିବ ପୃଥିବୀ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୃଥିବୀର ସୃଷ୍ଟି ଆଉ ବିନାଶକୁ ନେଇ ହୋଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ପ୍ରାୟ ୨୬ କୋଟି ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ବିଶ୍ବରେ ମହା ପ୍ରଳୟ ଆସିଥିଲା, ସେହି ଦିନଠାରୁ ଅଜିପର୍ଯ୍ୟନ୍ତ୍ ୬ ଥର ଏପରି ମହା ପ୍ରଲାୟ ଆସିଛି। ତେବେ ଆଗକୁ ପୁଣି ଏପରି ଏକ ମହାପ୍ରଳୟର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଗବେଷମାନେ ଦାବି କରିଛନ୍ତି।ଅନୁସନ୍ଧାନକାରୀମାନେ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ପୃଥିବୀର ତାପମାତ୍ରା ଯେଉଁ ଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ତାହାକୁ ଦୃଷ୍ଟିରେ ରଖି ଲାଗୁଛି ପୃଥିବୀରେ ସପ୍ତମ ମହାପ୍ରଳୟ ଖୁବ ଶୀଘ୍ର ଆସିପାରେ। ଦାବି କରାଯାଇଛି ଯେ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ହେତୁ ଅନେକ ପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇଯାଇଛନ୍ତି। ମହାପ୍ରଲାୟ ଆସିବା ପୂର୍ବରୁ କିଛି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ମଣିଷ ଏବଂ ପଶୁମାନେ ଜଳି ଅଙ୍ଗାର ହୋଇଯାଇଥିଲେ। ପୁଣିଥରେ ପୃଥିବୀର ଅନ୍ତକୁ ସମାନ ଭାବରେ ଆକଳନ କରାଯାଉଛି ଏବଂ ମଣିଷ ସହିତ ପଶୁମାନେ ପୋଡି ପାଉଁଶ ହୋଇଯିବେ ବୋଲି କୁହାଯାଉଛି।
ହିଷ୍ଟୋରିକାଲ ବାୟୋଲୋଜିରେ ଏ ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହି ରିପୋର୍ଟରେ କୁହାଯାଇଛି ଯେ ୨୭.୨ କୋଟିରୁ ୨୬ କୋଟି ବର୍ଷ ପରେ ମହାପ୍ରଳୟ ଆସିଥାଏ। ଏହି ଅବଧି ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏହି ମହା ବିପର୍ଯ୍ୟୟ ଦ୍ୱାରା ପୃଥିବୀ ଏବଂ ମହାସାଗର ଅଧିକ ପ୍ରଭାବିତ ହେବ। ଏହି ସମୟରେ ପୃଥିବୀର ସମସ୍ତ ଗଛପତ୍ରରେ ନିଆଁ ଲାଗିଯିବ ଏବଂ ସମୁଦ୍ରର ଜଳ ଫୁଟିବାକୁ ଲାଗିବ।
ତେବେ ୨୦୦୦ ଏବଂ ୨୦୦୮ ମସିହାରେ ମଧ୍ୟ ପୃଥିବୀରେ ଧ୍ୱଂସଲୀଳା ହେବାର ଅନେକ ଭବିଷ୍ୟବାଣୀ ହୋଇଥିଲା, କିନ୍ତୁ ସେତେବେଳେ ଏଭଳି କଛି ହୋଇନଥିଲା, ସେସବୁ ମିଥ୍ୟା ପ୍ରମାଣିତ ହୋଇଥିଲା। ୨୦୦୦ ମସିହା ପୂର୍ବରୁ, ଏହିପରି ଅନେକ ରିପୋର୍ଟ ପ୍ରକାଶିତ ହୋଇଥିଲା, ଯେଉଁଥିରେ ପୃଥିବୀର ଅନ୍ତ ବିଷୟରେ ବଡ ଦାବି କରାଯାଇଥିଲା। ଏବେ ପୁଣି ଥରେ ଦୁନିଆର ଅନ୍ତକୁ ନେଇ ବିଭିନ୍ନ ଦାବି କରାଯାଉଛି। ତେବେ ସବୁଠୁ ବଡ଼ କଥା ହେଉଛି ଏହି ଦାବି କୌଣସି ଧାର୍ମିକ ଗୁରୁ କି ଯାଦୁଗର କରି ନାହାନ୍ତି। ବୈଜ୍ଞାନିକମାନେ ସେମାନଙ୍କ ଅଧ୍ୟୟନ ଆଧାରରେ ଏହା କହିଛନ୍ତି। ଯେଉଁଥିରୁ ବିନାଶର ଆଶଙ୍କା ଅଧିକ ବଢ଼ିଯାଇଛି।ତେବେ ଆମେରିକାର ନ୍ୟୁୟର୍କ ୟୁନିଭରସିଟିର ଜଣେ ପ୍ରଫେସର ତାଙ୍କର ଏକ ଅନୁସନ୍ଧାନ ରିପୋର୍ଟରେ ଏହି ଦାବି କରିଛନ୍ତି। ପୁର୍ବରୁ ଅନୁସନ୍ଧାନ ପରେ ଆଲା ବୈଜ୍ଞାନିକମାନେ ମଧ୍ୟ ଏହିପରି ଆଶଙ୍କା ପ୍ରକାଶ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: