ଦୂଷିତ ଖାଦ୍ୟକୁ ନେଇ ସିଏମସିର ଚିନ୍ତା!ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଅଚାନକ ଚଢାଉ

ଦୂଷିତ ଖାଦ୍ୟକୁ ନେଇ ସିଏମସିର ଚିନ୍ତା!ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଅଚାନକ ଚଢାଉ

ପ୍ରିଜମ ନ୍ୟୁଜ ବ୍ୟୁରୋ:କଟକରେ ଏବେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା। ଖାଲି ସାଧାରଣ ଲୋକ ନୁହଁନ୍ତି, ଏ ନେଇ ପ୍ରଶାସନର ମୁଣ୍ଡବିନ୍ଧିବାର କାରଣ ହୋଇଛି।ଗୁପଚୁପ୍ ପ୍ରସ୍ତୁତିକୁ ନେଇ ବାରମ୍ବାର ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାପରେ ଏବେ ଆକ୍ସନ ମୁଡ଼୍ କୁ ଆସିଛି ସିଏମସି । ଅସ୍ଵାସ୍ଥ୍ୟକର ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ଶନିବାର ସିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି। ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ଟିମ୍‌ ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ୍‌ ପଟିରେ ଚଢ଼ାଉ କରିଥିଲା। ଖବର ଅନୁଯାୟୀ,ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ଆଜି ସକାଳେ ସିଏମସି ଅଚାନକ ଚଢାଉ କରିଥିଲା। ଏକାଧିକ ସ୍ଥାନରେ ବାସୀ ଆଳୁ,ପିଆଜ ଚିହ୍ନଟ କରାଯାଇଛି ।ଏପରିକି ବହୁତ ଦିନ ତଳର ଗୁପଚୁପ୍ ଖୋଳ ସିଏମସି କର୍ମଚାରୀଙ୍କ ହାତରେ ଲାଗିଥିବାରୁ ସବୁ ଫୋପଡ଼ା ଯାଇଛି । ବେପାରୀମାନେ ଅନେକ ଦିନର ଖଟାପାଣି ରଖିଥିବା ସୁଚନା ମିଳିଛି । ତେବେ ପୁର୍ବରୁ ମଧ୍ୟ ଗୋଡ଼ରେ ଆଳୁ ଚୁକଡ଼ିବା ଭିଡ଼ିଓ ହେଉ ଅବା ଅପରିଷ୍କାର ହାତରେ ଲୋକଙ୍କୁ ଗୁପଚୁପ୍ ଖାଇବାକୁ ଦେବା ଭିଡ଼ିଓ ଭାଇରାଲ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: