ଜୁନ ୨ରୁ ଆରମ୍ଭ ହେବ +୨ ପିଲାଙ୍କ ଖାତା ଦେଖା

ଜୁନ ୨ରୁ ଆରମ୍ଭ ହେବ +୨ ପିଲାଙ୍କ ଖାତା ଦେଖା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜୁନ ୨ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ। ୨ଟି ପର୍ଯ୍ୟାୟରେ +୨ ପିଲାଙ୍କ ଖାତା ମୂଲ୍ୟାୟନ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବାକୁ ଥିବାବେଳେ ଜୁନ୍ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ତେବେ ଗତ ସପ୍ତାହରୁ ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହୋଇଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: