ଭାରତ ନିକଟରେ ଚିର କୃତଜ୍ଞ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଭାରତ ନିକଟରେ ଚିର କୃତଜ୍ଞ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଗତ କିଛି ଦିନ ହେବ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଂକଟ ଦେଖା ଯିବା ସହ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଜରୁରୀ ଖାଦ୍ୟ ସାମଗ୍ରୀରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଆକାଶ ଛୁଆଁ ଦର ହୋଇଛି। ତେବେ ଏଭଳି ଦୁଃସମୟରେ ଶ୍ରୀଲଙ୍କାକୁ ସାହାଯ୍ୟ ହାତ ବଢ଼େଇଥିବାରୁ ଶୁକ୍ରବାର ଦିନ ଭାରତ ଓ ଜାପାନକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂ‌ଘେ। ସେ କହିଛନ୍ତି , ଆର୍ଥିକ ସଙ୍କଟଜନିତ ପ୍ରଭାବ ଏଡ଼ାଇବା ଲାଗି ଶ୍ରୀଲଙ୍କା ଛୋଟଧରଣର ହେଲେ ବି ସଠିକ ନୀତି ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ ଚଳାଇଛି।

୬ଷ୍ଠ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିବା ଅଭିଜ୍ଞ ନେତା ବିକ୍ରମସିଂଘେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ଦୁଃସମୟରେ ଭାରତ ସହାୟତା କରିଥିବାରୁ ତାଙ୍କ ଦେଶ ଭାରତ ନିକଟରେ କୃତଜ୍ଞ।ସେ ଟୁଇଟ୍‌ କରି ଏହା ମଧ୍ୟ ଲେଖିଛନ୍ତି ଯେ, ଶ୍ରୀଲଙ୍କାରେ ଏଭଳି ଆର୍ଥିକ ସଙ୍କଟ କେବେ ଦେଖା ଦେଇ ନଥିଲା। ସମସ୍ୟାର ସମାଧାନ ନିମନ୍ତେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ ସହ ତୁରନ୍ତ ଆଲୋଚନା କରି ଜୁନ୍‌ ମାସ ମଝି ଆଡ଼କୁ କିଛି ବ୍ୟବସ୍ଥା କରିବାକୁ ଯୋଜନା ଚାଲିଛି।ଅନ୍ୟ ଏକ ଟୁଇଟ୍‌ରେ ସେ ଲେଖିଛନ୍ତି, ଶ୍ରୀଲଙ୍କାକୁ ସହାୟତା କରିବା ଲାଗି ‘ବିଦେଶୀ ସହାୟତା ସଂଘ’ ଗଠନ କରିବା ପାଇଁ ‘କ୍ବାଡ୍‌’ ସଦସ୍ୟ ରାଷ୍ଟ୍ରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଭାରତ ଓ ଜାପାନ ସକାରତ୍ମକ ମନୋଭାବ ପୋଷଣ କରିଥିବାରୁ ମୁଁ କୃତଜ୍ଞ।ଉଲ୍ଲେଖଯୋଗ୍ୟ, ‘କ୍ବାଡ୍‌’ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ପାରସ୍ପରିକ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା। ଏହା ପରେ ଜାପାନ ସରକାର କହିଥିଲେ, ସଙ୍କଟ-ବିକ୍ଷତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ଲାଗି ଭାରତ ଓ ଜାପାନ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: