ମୋ ପରିବାରକୁ ନ୍ୟାୟ ଦିଅନ୍ତୁ: ସୁରେଶ ରାଇନା

ମୋ ପରିବାରକୁ ନ୍ୟାୟ ଦିଅନ୍ତୁ: ସୁରେଶ ରାଇନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ପରିବାର ସପକ୍ଷରେ ନ୍ୟାୟ ମାଗିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରାଇନା। ତାଙ୍କ ପିଉସୀ ନାନୀ ଓ ପରିବାରବର୍ଗଙ୍କ ଉପରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏଥିରେ ପିଉସା ଓ ତାଙ୍କର ଜଣେ ପୁଅଙ୍କ ମୃତ୍ୟୁ ହୋଇଛି। ପିଉସୀଙ୍କ ଜୀବନ ମଧ୍ୟ ସଙ୍କଟାପନ୍ନ ରହିଛି। ଏହି ଖବର ଶୁଣିବା ପରେ ରାଇନା ଆଇପିଏଲ ଛାଡ଼ି ଭାରତ ପଳାଇ ଆସିଥିଲେ।

ମଙ୍ଗଳବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂଙ୍କୁ ସେ ଏ ନେଇ ଟ୍ୱିଟ୍ କରି ନ୍ୟାୟ ମାଗିଛନ୍ତି। କେଉଁ କାରଣ ପାଇଁ ସେମାନେ ମୋର ପରବାର ସଦସ୍ୟଙ୍କୁ ହତ୍ୟା କଲେ ଏବଂ ହତ୍ୟକାରୀ ତୁରନ୍ତ ଗିରଫ କରାଯାଉ ବୋଲି ରାଇନା କହିଛନ୍ତି।

%d bloggers like this: