ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ ?

ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ ?

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନା ପାଇଁ ସାରାଦେଶରେ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ପଡ଼ିଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ଏହାରି ଭିତରେ ସରକାର ଅନଲାଇନ ପାଠପଢ଼ା ବ୍ୟବସ୍ଥା କରିଛନ୍ତି। ପ୍ରତି ଶ୍ରେଣୀରେ ହ୍ଵାଟସ୍ଆପ ଜରିଆରେ ପାଠ ପଢ଼ାଯାଉଛି।
ତେବେ ଏହି ସମୟରେ ପଞ୍ଜାବ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଅନଲାଇନରେ ପାଠ ପଢିବା ପାଇଁ ଏଣିକି ପିଲାଙ୍କୁ ସ୍ମାର୍ଟଫୋନ ମିଳିବ ।

କୋରୋନା କଟକଣା ପାଇଁ ଅନଲାଇନ ପାଠପଢା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ମୋବାଇଲ ଅଭାବରୁ ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ, ପାଠପଢିବାକୁ ଇଚ୍ଛା ଥିଲେ ବି ଟଙ୍କା ଅଭାବରୁ ପିଲା ପାଠ ପଢ଼ି ପାରୁନାହାନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନଜରରେ ରଖି ପଞ୍ଜାବ ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ନବମରୁ ଦ୍ୱାଦଶ ଶ୍ରେଣୀର ପାଖାପାଖି ୫୦ ହଜାର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘୋଷଣା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କେବଳ ଛାତ୍ରୀଙ୍କୁ ଏହି ମୋବାଇଲ ଫୋନ ଦିଆଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: