ଡଲ୍ ମ୍ୟାନ, ସଂଗ୍ରହ କରିଛନ୍ତି ୨୦,୦୦୦ରୁ ଅଧିକ ଖେଳଣା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ପିଲା ଖେଳନାକୁ ଭଲ ପାଆନ୍ତି। ପ୍ରାୟ ସମସ୍ତେ ପିଲା ଦିନରେ ବିଭିନ୍ନ ପ୍ରକାରର ଖେଳନାରେ ଖେଳିବା ପସନ୍ଦ କରନ୍ତି । କେବଳ ସେତିକି ନୁହେଁ, ପିଲାମାନଙ୍କ ସାଥି ସେମାନଙ୍କ ଖେଳନା ହୋଇଥାଏ ବୋଲି କହିବା ଭୁଲ୍ ହେବ ନାହିଁ । କିନ୍ତୁ ଫିଲିପାଇନ୍ସର ଜଣେ ବ୍ୟକ୍ତିଙ୍କଠାରେ ଖେଳନା ପାଇଁ ଯେଉଁ କ୍ରେଜ୍ ଦେଖିବାକୁ ମିଳିଛି, ତାହା ଅନେକଙ୍କୁ ବିସ୍ମିତ କରିଛି। ଏହି ୫୦ ବର୍ଷୀୟ ବ୍ୟକ୍ତି ଜଣକ ଜଣେ ଗ୍ରାଫିକ୍ ଡିଜାଇନର୍। ସେ ମନିଲା ଉତ୍ତର-ପଶ୍ଚିମ ଅପାଲିଟ୍ରେ ରୁହନ୍ତି । ତାଙ୍କ ନାମ ପେର୍ସେବଲ ଲୁଗୁ ଅଟେ । ଯାହାଙ୍କୁ ଖେଳନା ଏତେ ଭଲ ଲାଗେ ଯେ, ସେ ୫ ବର୍ଷ ବୟସରୁ ଖେଳନା ସଂଗ୍ରହ ଆରମ୍ଭ କରିଦେଇଥିଲେ ଏବଂ ବର୍ତ୍ତମାନ ତାଙ୍କ ପାଖରେ ୨୦,୦୦୦ରୁ ଅଧିକ ଖେଳନା ଅଛି। ଲୁଗୁଙ୍କ ଅନୁଯାୟୀ, ତାଙ୍କ ତିନି ମହଲା ବିଶିଷ୍ଟ ଏକ କୋଠରୀ କେବଳ ଖେଳନା ଭରି ରହିଛି, ଯାହାକୁ ସେ ମ୍ୟାକଡୋନାଲ୍ଡସ୍, ବର୍ଗର କିଙ୍ଗରୁ ଆଣିଥିଲେ। ୨୦୧୪ ମସିହାରେ ପର୍ସିଭାଲ୍ ୧୦,୦୦୦ରୁ ଅଧିକ ଖେଳନା ସଂଗ୍ରହ କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ।
ପର୍ସିଭାଲ୍ ଲୁଗୁ ତାଙ୍କ ଖେଳନା ମଧ୍ୟରେ ବସିଥିବା ଏକ ଚିତ୍ର ସେୟାର କରି ଲେଖିଛନ୍ତି ଯେ ‘ଖେଳନା ନିଜେ ନିଜ ଭିତରେ ଗୋଟିଏ କାହାଣୀକାର ପରି’ । ତାଙ୍କର ପ୍ରତ୍ୟେକ ଖେଳନା ତାଙ୍କୁ ତାଙ୍କ ପିଲାଦିନର ସ୍ମୃତି ସ୍ମରଣ କରାଇଥାଏ । ବାସ୍ତବରେ ଅଧିକାଂଶ ପିଲା ପିଲା ଦିନେ ସେମାନ ଙ୍କର ଖେଳନା ଭାଙ୍ଗନ୍ତି, କିନ୍ତୁ ଲୁଗୁ ତାଙ୍କ ଖେଳନାକୁ ସାଇତି ରଖିଛନ୍ତି। ଲୁଗୁ କହିଛନ୍ତି ଯେ ତାଙ୍କ ପାଖରେ ସବୁଠାରୁ ଆକର୍ଷଣୀୟ ଖେଳନା ଅଛି, ଯାହା ତାଙ୍କ ମା’ ତାଙ୍କୁ ଦେଇଥିଲେ। ଲୁଗୁଙ୍କ ମା’ ତାଙ୍କୁ ୧୯୮୮ ମସିହାରେ ‘ହେଟି ସ୍ପାଗେଟି’ ପ୍ରତିମୂର୍ତ୍ତି ଉପହାର ଦେଇଥିଲେ। ଏଥି ସହିତ ତାଙ୍କର ସ୍ୱପ୍ନ ହେଉଛି ତାଙ୍କ ଖେଳନାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବା କିମ୍ବା ସମସ୍ତ ଖେଳନାକୁ ସଂଗ୍ରହାଳୟରେ ରଖିବା । ଯାହା ଦ୍ଵାରା ସମସ୍ତେ ପିଲାଦିନକୁ ମନେ ପକାଇପାରିବେ । ତେବେ ଲୁଗୁଙ୍କ ଏହି ନିଆରା ସଂଗ୍ରହକୁ ଅନେକ ବେଶ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *