ନିଚ୍ଛକ ଅଭିନୟର ଅନ୍ୟତମ ବାଦଶାହ ମନୋଜ ବାଜପେୟୀ  ଓ କାବ୍ୟିକ ଚିନ୍ତାଧାରାର ସିନେମା ‘ଭୋଁସଲେ’

ନିଚ୍ଛକ ଅଭିନୟର ଅନ୍ୟତମ ବାଦଶାହ ମନୋଜ ବାଜପେୟୀ ଓ କାବ୍ୟିକ ଚିନ୍ତାଧାରାର ସିନେମା ‘ଭୋଁସଲେ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚଳିତବର୍ଷ ପରଦାକୁ ଆସିଛି ଏକ ଭିନ୍ନ ସ୍ୱାଦର ସିନେମା ‘ଭୋଁସଲେ’। ଦେବାଶିଷ ମଖିଜାଙ୍କ ରଚିତ ଓ ନିର୍ଦ୍ଦେଶିତ ‘ଭୋଁସଲେ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ବାଜପେୟୀ । ଦୀର୍ଘ ତିନି ଦଶନ୍ଧି ଧରି ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ମନୋଜ ବାଜପେୟୀ ଏହି ସିନେମାରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଛନ୍ତି । ମୁମ୍ୱାଇର ଜଣେ ଅବସରପ୍ରାପ୍ତ କନଷ୍ଟେବଳ ଗଣପତ ଭୋଁସଲେଠାରୁ ହିଁ କାହାଣୀ ଆରମ୍ଭ ହୁଏ । ଗଣେଶ ଚତୁର୍ଥୀର ପ୍ରସ୍ତୁତି ଆରମ୍ଭ ଏବଂ ସେହି ସମୟରେ ଭୋଁସଲେଙ୍କ ଅବସର, କାହାଣୀକୁ ଆଗକୁ ବଢ଼ାଇଥାଏ । ଆରମ୍ଭରୁ ସ୍ଲୋ ଥିବା ଏହି ସିନେମାଟି ଭାରତୀୟ ଚଳଚ୍ଚିତ୍ର ଜଗତରେ ନିହାତି ଭାବେ ଏକ ସ୍ୱତନ୍ତ୍ର ସିନେମା ଭାବେ ଗଣାହେବ । କାରଣ, ଦେବାଶିଷ ମଖିଜାଙ୍କ ନିର୍ଦ୍ଦେଶନା ସାଙ୍ଗକୁ କ୍ୟାମେରା ୱାର୍କ ଏହି ସିନେମାକୁ ଆହୁରି ଜୀବନ୍ତ କରି ଦେଇଛି ।

ମରାଠୀ ଓ ବିହାରୀ ଲୋକଙ୍କ ମଧ୍ୟରେ ଥିବା ବିବାଦ, ଜଣେ ଏକେଲା ମଣିଷର ଦରଦ ଓ କର୍ତ୍ତବ୍ୟର ସମାହାର ହେଉଛି ଭୋଁସଲେ । ଏହି ସିନେମାରେ ଏକ ଦୃଶ୍ୟ ଅଛି ।’ତାୱଡ଼େ’ ନାମକ ଚରିତ୍ରକୁ ସାକ୍ଷାତ କରି ଶେଷରେ ନିରାଶ ହୋଇ ଭୋଁସଲେ ଘରକୁ ଫେରୁଛି । ଆସୁଥିବା ସମୟରେ ହଠାତ୍ କ୍ୟାମେରାର ମୋସନ୍ ପରିବର୍ତ୍ତନ ହୋଇ ଝାପ୍ସା ହୋଇ ଯାଉଛି ଏବଂ ସେହି ସମୟରେ ବ୍ୟାକ୍ ଗ୍ରାଉଣ୍ଡରେ ଏକ ମ୍ୟୁଜିକ୍ ବାଜୁଛି । ଏହାର ଠିକ୍ ପରବର୍ତ୍ତୀ ଦୃଶ୍ୟରେ ଭୋଁସଲେ ହଜାର ହଜାର ଲୋକଙ୍କ ଗହଣରେ ବହଳିଆ ହୋଇ ଅଦୃଶ୍ୟ ହୋଇଯାଉଛି । ଏହି ଦୃଶ୍ୟଟି ସୁଟିଂ କଲାବେଳେ ନିର୍ଦ୍ଦେଶକ ଦେବାଶିଷ ମଖିଜା ଏବଂ ସିନେମାଟୋଗ୍ରାଫର୍ ଜିଗମେତ୍ ୱାଙ୍ଗଚୁକ୍ ମନୋଜ ବାଜପେୟୀଙ୍କୁ ୭୦ ହଜାର ଲୋକଙ୍କ ଭିଡ଼ ଭିତରେ ଛାଡ଼ି ଦେଇଥିଲେ । ଏହି ଦୃଶ୍ୟ ଯେତେବେଳେ ଆପଣ ଦେଖିବେ, ସେତେବେଳେ ଆପଣ ନିର୍ଦ୍ଦେଶକଙ୍କ ନିଆରା ଭାବନା ଏବଂ ସିନେମାଟୋଗ୍ରାଫରଙ୍କ ସୃଜନଶୀଳତାକୁ ଠିକ୍ ଭାବେ ଠଉରାଇ ପାରିବେ। ସେହିପରି ସିନେମାର ଶେଷ ଦୃଶ୍ୟ ମଧ୍ୟ ଅତି ଚମତ୍କାର । ଗୋଟିଏ ଛୋଟ ପାଇଖାନା ଭିତରେ ଯେଉଁଭଳି ଭାବରେ ମନୋଜ ବାଜପେୟୀ ଏବଂ ସନ୍ତୋଷ ଜୁଭେକାର ଅଭିନୟ କରିଛନ୍ତି, ତାହା ଦେଖିଲେ ଆପଣ ତାଜୁବ ହୋଇଯିବେ । ତେବେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଗୁଡ଼ିକରେ ସ୍ଲୋ କ୍ୟାମେରା ମୁଭମେଣ୍ଟ ଏବଂ ମ୍ୟୁଜିକ୍ ରହିଛି, ଯାହା ଫିଲ୍ମଟିକୁ ଆହୁରି ବାସ୍ତବ ରୂପ ପ୍ରଦାନ କରିଛି ।


ତେବେ ୨୦୧୧ ମସିହାରୁ ନିର୍ଦ୍ଦେଶକ ଦେବିଶିଷ ମଖିଜା ଏହି ସିନେମାର ପରିକଳ୍ପନା କରିବା ସହ କାହାଣୀ ଲେଖିବା ଆରମ୍ଭ କରିଥିଲେ, ଯାହା ୨୦୧୫ ମସିହାରେ ଶେଷ ହୋଇଥିଲା । ଏହାପରେ ୨୦୧୬ ମସିହାରେ ଦେବିଶିଷ ନିଜର ୧୧ ମନିଟର ସର୍ଟ ଫିଲ୍ମ ‘ତାଣ୍ଡବ’ ନିର୍ମାଣ କରିଥିଲେ । ସେହି ସମୟରେ ଭୋଁସଲେର ପ୍ରସ୍ତାବ ଦେଇଥିଲେ ମନୋଜ ବାଜପେୟୀ । ଏହାପରେ ବହୁ ଆଲୋଚନା ପରେ ଦେବାଶିଷ ଫିଲ୍ମ କରିବାର ସ୍ୱପ୍ନ ଦେଖିଥିଲେ । ସେହିବର୍ଷ ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଚୟନ ହୋଇଥିଲା । ୨୦୧୮ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରଥମ ଲୁକ୍ ଲଞ୍ଚ ହୋଇଥିଲା

0 Comments

Leave Your Comment

Your email address will not be published. Required fields are marked *

%d bloggers like this: