ବିଜେପିର ‘ପାଇଲଟ’ ପ୍ରୋଜେକ୍ଟ: ପଦ୍ମ ଧରିବେ ସଚିନ୍! ଆସନ୍ତାକାଲିକୁ ଅପେକ୍ଷା …

ବିଜେପିର ‘ପାଇଲଟ’ ପ୍ରୋଜେକ୍ଟ: ପଦ୍ମ ଧରିବେ ସଚିନ୍! ଆସନ୍ତାକାଲିକୁ ଅପେକ୍ଷା …

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଆସନ୍ତାକାଲି ବିଜେପିରେ ସାମିଲ ହୋଇପାରନ୍ତି ରାଜସ୍ଥାନ କଂଗ୍ରେସର ବଡ଼ ଚେହେରା ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିିଛି । ସୂତ୍ର ଅନୁସାରେ ଆସନ୍ତାକାଲି ଅର୍ଥାତ ସୋମବାର ନୂଆଦିଲ୍ଲୀରେ ବିଜେପିର ହାତ ଧରିବେ ସଚିନ । ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା)ଙ୍କ ଉପସ୍ଥିତିରେ ସେ ସାମିଲ ହେବାର କାର୍ଯ୍ୟକ୍ରମ ସ୍ଥିତିକୃତ ହୋଇଛି । ସୂତ୍ରରୁ ଏହା ବି ଜଣାପଡ଼ିଛି ଯେ, ଜାତୀୟ ମୁଖ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମରେ ଉଭୟେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ଆଜି ସଚିନ ପାଇଲଟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କର ତିରିଶ ଜଣ ବିଧାୟକଙ୍କ ସମର୍ଥନ ରହିଛି ଏବଂ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ସଂଖ୍ୟାଲଘୁ ରେ ପରିଣତ ହୋଇଛି । ତେବେ ସେ ତିରିଶ ଜଣ ବିଧାୟକଙ୍କ ନାମ ଦେଇ ନାହାଁନ୍ତି। ଏଥି ସହିତ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ରବିବାର ରାତିରେ ଅଶୋକ ଗେହଲୋଟଙ୍କ ବୈଠକରେ 90 ଜଣ ବିଧାୟକ ଯୋଗ ଦେଇଛନ୍ତି। ତେବେ କିଏ ସତ କିଏ ମିଛ କହୁଛି ତାହା ଆସନ୍ତାକାଲି ହିଁ ସ୍ପଷ୍ଚ ହୋଇଯିବ ।

ଏଠାରେ ଗୁରୁତ୍ୱପୂର୍ଣ୍ଣ ଯେ ଆସନ୍ତାକାଲି ଅର୍ଥାତ ସୋମବାର ରାଜସ୍ଥାନ ସିଏମ୍ ଅଶୋକ ଗେହଲୋଟ୍ ବିଧାୟକ ଦଳର ଏକ ବୈଠକ ଡାକିଛନ୍ତି। ଆସନ୍ତାକାଲି ଦଶଟା ବେଳେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବୈଠକରେ ଉପସ୍ଥିତ ରହିବାକୁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ହ୍ୱିପ ଜାର କରାଯାଇଛି । ସଚିନ ପାଇଲଟ ଏହି ସଭାରେ ଯୋଗଦେବେ ନାହିଁ। ପାଇଲଟଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ଅଶୋକ ଗେହଲୋଟଙ୍କ ସହ କାମ କରିବା ବର୍ତ୍ତମାନ କଷ୍ଟସାଧ୍ୟ ଅଟେ ତେଣୁ ସେ ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି ।

200 ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସରେ 107 ଜଣ ବିଧାୟକ ଅଛନ୍ତି। ବିଜେପିରେ 72 ଜଣ ଏବଂ ଅନ୍ୟ 21 ଜଣ ବିଧାୟକ ଅଛନ୍ତି। ସଚିନ୍ ପାଇଲଙ୍କ ଦାବି ମୁତାବାକ ଯଦି 30 ବିଧାୟକ ଦଳ ଛାଡ଼ନ୍ତି ତେବେ ମଧ୍ୟପ୍ରଦେଶ ସ୍ଥିତି ପୁଣି ଥରେ ରାଜସ୍ଥାନରେ ପୂନରାବୃତ୍ତି ହେବାର ସମ୍ଭାବନା ଅଧିକ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: