କାଲିର କଳଙ୍କକୁ ଲିଭାଇ ଦେଇପାରେ ଆଜିର ଅତୀତ

ପ୍ରିଜମ ନ୍ଯୁଜ୍ ବ୍ଯୁରୋ (ସମ୍ପାଦକୀୟ): ଶୀର୍ଷକକୁ ଯାଇ ଅଧିକ ଭାରାକ୍ରାନ୍ତ ନ ହେବାକୁ ଅନୁରୋଧ। ଅତି ବିନମ୍ରତାର ସହ ଆପଣଙ୍କ ସାମ୍ନାରେ ବର୍ତ୍ତମାନର ରାଜନୈତିକ-ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଏକ କଟାକ୍ଷମୂଳକ ଆଲେଖ୍ଯ ପ୍ରସ୍ତୁତ କରୁଛୁ। କିଏ ଠିକ୍ ଆଉ ଭୁଲ୍ କିଏ ? ଏହାର ନିଷ୍ପତ୍ତି ଜନତା ଜନାର୍ଦ୍ଦନ ହିଁ ନେବେ। ସତରେ କ’ଣ ଜନତା ଜନାର୍ଦ୍ଦନ ନେବେ ? ନା ଜନତା ସବ୍ ଜାନତାର ନାରା ଦେଉଥିବା ଏବଂ ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ନେତା ଓ ତଥାକଥିତ ନେତା ନେବେ । ଏବେ ଆପଣ ନିଜ ମସ୍ତିଷ୍କ ଉପରେ ଅଧିକ ଭାର ପକାନ୍ତୁ ନାହିଁ । ଏ କଥା ବି ଭାବନ୍ତୁନି ଯେ, ନେତା ଆଉ ତଥାକଥିକ ନେତା କଥା ପୁଣି କାହିଁକି ଉଠିଲା ଏହାର ମାନେ କ’ଣ ଇତ୍ଯାଦି ଇତ୍ଯାଦି । ହଁ ଆପଣ ଏହା ବି ଭାବୁଥିବେ ଯେ, ୟେ ପୁଣି କେଉଁ କଥା ।

ୱେବ୍ ସିରିଜ୍ ତାଣ୍ଡବ ମୋବାଇଲ ପରଦାରେ ତାଣ୍ଡବ ରଚିବାର ମାତ୍ର କିଛି ଦିନ ପରେ ହିଁ ଦିଲ୍ଲୀ ସୀମା ବାହାରେ କୁହୁଳି ଥିବା ଧୂଆଁ ଦିଲ୍ଲୀର ଦିଲ୍ ରେ ନିଆଁ ହୋଇ ଏମିତି ତାଣ୍ଡବ ରଚିଲା ଯେ, କହିଲେ କୂଳ କୁଟୁମ୍ବକୁ ଲାଜ ନକହିଲେ କୂଳ ଭାସି ଯାଉଛି ପରି ଏକ ଉଦାହରଣ ହୋଇ ଆମ ସାମ୍ନାରେ ରହିଗଲା।

ଅନେକ ଅନ୍ଧଭକ୍ତ , ପ୍ରଧାନ ସେବକଙ୍କୁ ସାମାଜିକ ଗଣମାଧ୍ୟମରେ ଆଧ୍ୟାତ୍ମିକ ପରିବେଶରେ ଗୁଣଗାନ କରିବାରେ ଲାଗି ପଡ଼ିଛନ୍ତି । ଆଉ ଦଳେ ପାରମ୍ପରିକ ଉପାୟରେ ସରକାରକୁ ସମାଲୋଚନା କରୁଛନ୍ତି । ଦୁଃଖର କଥା ସରକାରକୁ ସମର୍ଥନ କରୁଥିବା ଚାଷୀ ଓ କ୍ଷେତରେ କ୍ଷୁଧା ମେଣ୍ଟାଇବା ପାଇଁ ଅହରହ ସଂଗ୍ରାମ କରୁଥିବା ମାଟିର ମଣିଷ ନିଜେ ବୁଝିପାରୁନି ତା’ ନାଁ ସହ ଯୋଡ଼ି ହୋଇଛି ଅରାଜକତା ସୃଷ୍ଟିକାରୀ, ଦେଶଦ୍ରୋହୀ, ବିଦ୍ରୋହକାରୀ ଏମିତି କେତେ କ’ଣ ସବୁ ଯୋଡ଼ି ହୋଇଛି।

ହକର ଲଢ଼େଇ ସେତେବେଳେ ସୀମା ଟପେ ଯେବେ ବିଶ୍ୱର ନଜର ଭାରତ ଉପରେ ରହିଥିଲା। ଅଧିକାରର କଥା କହୁ କହୁ କିଛି ନିଜ ରାଗ, ରୁଷା, ଅଭିମାନ ହେଉ ଅବା ଉଦ୍ଧତପଣିଆ । ଭାରତର ଏକତା, ଅଖଣ୍ଡତା, ବୀରତା ଓ ସ୍ବାଭିମାନର ପ୍ରତିକ ଲାଲକିଲ୍ଲା ଏକ ପ୍ରକାର ରକ୍ତରଞ୍ଜିତ (ଅତି ଉଗ୍ରବାଦ) ହୋଇ ତ୍ରିରଙ୍ଗା ସ୍ଥାନରେ ଏକ ନିର୍ଦ୍ଧିଷ୍ଟ ବିଶ୍ୱାସୀର ଲୋକଙ୍କ ଧର୍ମୀୟ ପାତାକା ଲାଗିଲା । ଆଉ ଏହା କଳଙ୍କ ହୋଇ ଦେଶ ପାଇଁ କଳଙ୍କିତ ଇତିହାସ ସୃଷ୍ଟି କଲା । ହୁଏତ କଳଙ୍କ କିନ୍ତୁ ଗତକାଲିର କଳଙ୍କକୁ ଆଜିର ଅତୀତ ଲିଭାଇ ଦେବ ଏବଂ ତାହା ଇତିହାସର ପୃଷ୍ଠା ମଣ୍ଡନ କରିବ। କହିବାର ଅର୍ଥ, ହିଂସକ ଚାଷୀ ଆନ୍ଦୋଳନ ପରେ ଚାଷୀ ସଂଗଠନର ରଣନୀତି ବଦଳିବା, ସରକାର ନିଜ ରଣନୀତିକୁ ସଫଳ ରୂପାୟନ କରିବାରେ ସମର୍ଥ ହୋଇଥିବା ନେଇ ମତ ପ୍ରକାଶ ପାଇବା ଘଟଣାକୁ ଭିନ୍ନ ଭିନ୍ନ ଦୃଷ୍ଟି କୋଣରେ ଦେଖିବାକୁ ବାଧ୍ୟ କରିବା ଆଦି କଳଙ୍କିତ ଅଧ୍ୟାୟର ନୂଆ ସିନ୍ ରେ କ’ଣ ହେବ ତାକୁ ନେଇ ଅନେକ ଆତଙ୍କିତ, ଆଶଙ୍କିତ ଏବଂ ଉତ୍ସାହିତ ବି ଅନେକ।

ସାପ ମରିଗଲା ସିନା ବାଡ଼ି ଭାଙ୍ଗିଲାନି ଏହା କାହାକୁ ଆଉ କେଉଁ ଇଙ୍ଗିତରେ କୁହାଯାଇପାରେ ତାହା ସମସ୍ତେ ହୃଦୟଙ୍ଗମ କରିବାର ସାମଥର୍ୟ ରଖୁଛନ୍ତି। ଏହା ସହ ଉପସ୍ଥିତି ବୁଦ୍ଧି ହରାଇ ରାଣ୍ଡି ପୁଅ ଅନନ୍ତ ଭଳି ଆଚରଣ କରିବାର ଦୁଃପରିମାଣ ଭୋଗୁଥିବା ଉତ୍ଯକ୍ତ ଚାଷୀ ଆଜି କଲାକର୍ମକୁ ନେଇ ପଶ୍ଚାତାପ କରୁଥିବା ।

କାଲିର କଳଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଛାଟ ଖାଇପାରନ୍ତି ଉପଦ୍ରବକାରୀ (ହିଂସା ଘଟାଇଥିବା ଓ ଶକ୍ତି ଯୋଗାଇଥିବା ଚାଷୀନେତା, ଦଳର ନେତା, ସାମାଜିକ କର୍ମୀ) ଇତ୍ଯାଦି ଇତ୍ଯାଦି । କାହିଁକିନା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଲାଲକିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ଉପଦ୍ରବକାରୀଙ୍କ ପ୍ରତି UAPAରେ ହେବ ତଦନ୍ତ। ଚାଷୀଙ୍କ ଟ୍ରାର ରାଲି ନାଁରେ ଦିଲ୍ଲୀରେ ଉପଦ୍ରବ, ହିଂସା ଘଟଣାରେ ଉପଦ୍ରବକାରୀଙ୍କ ପ୍ରତି ଅନ୍ ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଆକ୍ଟ ଅନୁସାରେ ତଦନ୍ତ ହେବ ବୋଲି କହିଛି ଚାଷୀଙ୍କ ଆନ୍ଦୋଳନବେଳେ ଅସ୍ତ୍ରବିରତି ଆହ୍ବାନ ଦେଇଥିବା ଦିଲ୍ଲୀ ପୋଲିସ। ଏହି ଆଇନ ଅନୁସାରେ ସଂପୃକ୍ତ ବ୍ଯକ୍ତି ଓ ସଂଗଠନ ତଦନ୍ତ ପରିସରଭୁକ୍ତ ହେବେ। ଦେଶ ଭିତରେ ଓ ଦେଶ ବାହାରେ ଥିବା ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ହେବେ। ଏଭଳି ହିଂସା ଘଟାଇବା ପୂର୍ବ ଯୋଜନା ପ୍ରସୂତ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଏବଂ ଘଟଣା ପଛରେ ଥିବା ଷଡ଼ଯନ୍ତ୍ରର ତଦନ୍ତ ସ୍ପେଶାଲ ସେଲ୍ କରୁଥିବା ଦିଲ୍ଲୀ ପୋଲିସ କହିଛି।

ସେପଟେ ଗାଜିପୁର ସୀମାରେ ଧାରଣା ଜାରି ରଖିବେ ବୋଲି ରୋକଠୋକ କହିଛନ୍ତି ଭାରତୀୟ କିଷାନ ୟୁନିୟନ୍ ମୁଖପାତ୍ର ରାକେଶ ଟିକାୟତ। ସରକାର ପାଣି ଏବଂ ବିଦ୍ଯୁତ୍ ଭଳି ମୌଳିକ ସୁବିଧା ହଟାଇନେଲେ ମଧ୍ୟ ସେ ଗାଁରୁ ପାଣି ଆଣି ଅନଶନ କରିବେ ବୋଲି କହିଛନ୍ତି। ଏହାରି ଭିତରେ ଆନ୍ଦୋଳନରତ କୃଷକଙ୍କୁ ଗାଜିପୁର ସୀମାରୁ ହଟାଇବା ପାଇଁ ଆରମ୍ଭ ହୋଇଛି ବଡ଼ ଧରଣର ଅପରେସନ। ବ୍ଯାପକ ପରିମାଣର ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ତୁରନ୍ତ ଗାଜିପୁର ସୀମା ଛାଡିବାକୁ କୃଷକଙ୍କୁ ନୋଟିସ କରାଯାଇଛି । ନଚେତ୍, ଧାରଣାସ୍ଥଳରୁ କୃଷକଙ୍କୁ ବଳପୂର୍ବକ ହଟାଯିବ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟି କରିଛି ।

ଏବେ ଛାଡ଼ନ୍ତୁ ଆଗକୁ ଅନେକ ବାରମ୍ବାର ବେଇଜ୍ଜତ ହେବାକୁ ବାକି ଅଛି । ସେ କ୍ଷମତା ଲୋଭି ସେବକ ଅବା ହକ୍ ନାଁରେ ନିଜ ଅଧିକାରର ଦୁରୁପଯୋଗ । ଏଇତ ଆରମ୍ଭ ମାତ୍ର…

%d bloggers like this: