ଆଉ ନାହାନ୍ତି ପ୍ରଣବ ଦା’

ଆଉ ନାହାନ୍ତି ପ୍ରଣବ ଦା’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପରଲୋକରେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ । ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ଏଇ ଦୁଃଖଦ ଖବର ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ୧୦ ଅଗଷ୍ଟରେ ତାଙ୍କୁ ଆର୍.ଆର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ତଳେ ସେ କରୋନାରେ ସଂକ୍ରମିତ ମଧ୍ୟ ହୋଇଥିଲେ । ଏବଂ ନିକଟରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ମୁଖାର୍ଜୀଙ୍କର ବ୍ରେନ୍ ସର୍ଜରୀ ବି ହୋଇଥିଲା । ପ୍ରଣବ ମୁଖାର୍ଜୀ ୨୦୧୨ ମସିହାରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଥିଲେ । ୨୦୧୭ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଥିଲେ । ୨୦୧୯ରେ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

%d bloggers like this: