ସମାପ୍ତ ହେବ ମନି ହାଇଷ୍ଟ, ଏହା ହେବ ଅନ୍ତିମ ସିଜିନ !

ସମାପ୍ତ ହେବ ମନି ହାଇଷ୍ଟ, ଏହା ହେବ ଅନ୍ତିମ ସିଜିନ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖୁବଶୀଘ୍ର ରିଲିଜ ହେବ ନେଟ୍‌ଫ୍ଲିକ୍ସର ପପୁଲାର ତଥା ମେଗାହିଟ୍‌ ୱେବ ସିରିଜ୍‌ ‘ମନି ହାଇଷ୍ଟର ସିଜିନ-୫’ । କିଛି ନୂଆ ଚରିତ୍ର ସହ ବ୍ୟାଙ୍କ୍‌ ଡକାୟତି କାହାଣୀର ଅନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଆଲେକ୍ସ ରୋଡ୍ରିଗୋ। ସ୍ପାନିସ୍ ଭାଷାରେ ନିର୍ମିତ କ୍ରାଇମ୍-ଡ୍ରାମା ସସ୍‌ପେନ୍ସରେ ଭରପୂର ଏହି ୱେବ୍‌ ସିରିଜ୍‌ରେ ଏହା ହେବ ଶେଷ ତଥା ଅନ୍ତିମ ସିଜିନ। ଏହାସହ ‘ଲା କାସା ଦେ ପାପେଲ’ ଭାବେ ଜଣାଶୁଣା ଏହି ସିରିଜ୍‌ର କାହାଣୀ ଉପରେ କିଛି ସସ୍‌ପେନ୍ସ ରଖି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଲେଖକ ତଥା ନିର୍ଦ୍ଦେଶକ ଆଲେକ୍ସ। ଏହାରି ମଧ୍ୟରେ ପୋଷ୍ଟ ପ୍ରଡକ୍ସନର କାମ ଆରମ୍ଭ ହୋଇଥିବା ନିର୍ଦ୍ଦେଶକ କହିଛନ୍ତି। ସ୍ପେନ, ଡେନମାର୍କ ଓ ପର୍ତ୍ତୁଗାଲରେ ସୁଂଟି ଚାଲିଥିବା ଏହାର ଶେଷ ସିଜିନରେ ୧୦ଟି ଏପିସୋଡ୍ ରହିବ। ସ୍ପେନର ଏକ ବ୍ୟାଙ୍କ୍ ଲୁଟ୍‌ କାହାଣୀ ଉପରେ ଏହା ଆଧାରିତ।


ଫାଇନାଲ ସିଜିନର ତାରିଖ ଘୋଷଣା ହୋଇ ନ ଥିଲେ ବି ଖୁବଶୀଘ୍ର ଏହା ରିଲିଜ ହେବ ବୋଲି ଜଣାପଡ଼ିଛି। ସିରିଜର ପ୍ରଫେସର ଚରିତ୍ର ଓ ବେଲା ଚାଓ ଗୀତ ବେଶ୍‌ ଲୋକପ୍ରିୟ ହୋଇପାରିଛି । ୨୦୧୭ ମସିହା ମେ’ ମାସରେ ନେଟ୍‌ଫ୍ଲିକ୍ସରେ ରିଲିଜ ହୋଇଥିବା ଏହି ସିରିଜ ମୋଷ୍ଟ ୱାଚଡ୍‌ ବା ସର୍ବାଧିକ ଦେଖାଯାଇଥିବା ଅଣ ଇଂରାଜୀ ସିରିଜ ମଧ୍ୟରୁ ଅନ୍ୟତମ। ୨୦୧୮ରେ ପ୍ରସିଦ୍ଧ ‘ଆମି’ ଆୱାର୍ଡ ସହ ଏହି ସିରିଜ ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ‘ମନି ହାଇଷ୍ଟ’ର ଚତୁର୍ଥ ସିଜିନ ରିଲିଜ ହୋଇଥିଲା। ଏଥିରେ ସିରିଜର ଚର୍ଚ୍ଚିତ ଚରିତ୍ର ନୈରୋବୀର ମୃତ୍ୟୁ ହେବା ସହ ବ୍ୟାଙ୍କକୁ ରକେଲ୍‌ର ଏଣ୍ଟ୍ରି ହେଉଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ସ୍ପେନର ଏକ ଟିଭି ଚ୍ୟାନେଲରେ ଏହି ସିରିଜକୁ ରିଲିଜ କରାଯାଇଥିଲା। ମାତ୍ର, ଏହା ପ୍ଲଫ୍‌ ହେବାରୁ ନେଟ୍‌ଫ୍ଲିକ୍ସରେ ଇଂଲିଶ ଡବିଂ କରାଯାଇ ଏହାକୁ ରିଲିଜ କରାଯାଇଥିଲା। ଏହାପରେ ଏହା ପ୍ରସିଦ୍ଧ ୱେବ ସିରିଜ ମଧ୍ୟର ଗଣାଯାଉଛି। ପ୍ରତି ସିଜିନରେ କିଛି ଟ୍ବିଷ୍ଟ ଓ ସସ୍‌ପେନ୍ସ ସହ ଦର୍ଶକଙ୍କୁ ଏହି ସିରିଜ ମନୋରଞ୍ଜନର ଖୋରାକ୍ ଯୋଗାଇ ଆସୁଛି । କେବଳ ଦେଖିବାକୁ ବାକି ରଖିଲା, ପୂର୍ବରୁ ରିଲିଜ ହୋଇଥିବା ଅନ୍ୟ ୪ଟି ସିଜିନ ପରି ନେଟଫ୍ଲିକ୍ସର ଏହି ପପୁଲାର ସୋ’ର ଶେଷ ସିଜିନ କିପରି ଦର୍ଶକଙ୍କୁ ବାନ୍ଧି ରଖିପାରୁଛି।

%d bloggers like this: