କାହିଁକି ‘ସାଜନ’ ପାଇଁ ହଁ କହିଥିଲେ ମାଧୁରୀ, ୨୯ ବର୍ଷ ପରେ ମୁହଁ ଖୋଲିଲେ…

କାହିଁକି ‘ସାଜନ’ ପାଇଁ ହଁ କହିଥିଲେ ମାଧୁରୀ, ୨୯ ବର୍ଷ ପରେ ମୁହଁ ଖୋଲିଲେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ ଓ ସଲମାନ ଖାନଙ୍କ ଅଭିନୀତ ଅଲଟାଇମ ହିଟ୍‌ ଫିଲ୍ମ ‘ସାଜନ’କୁ ପୂରିଛି ୨୯ବର୍ଷ । ଏହି ଅବସରରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ଫିଲ୍ମର ଏକ ଦୃଶ୍ୟ ସହ ନିଜ ସ୍ମତିକୁ ସେୟାର କରିଛନ୍ତି। ରବିବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ଦୃଶ୍ୟକୁ ପୋଷ୍ଟ କରିଛନ୍ତି ମାଧୁରୀ। ଏହି ଦୃଶ୍ୟରେ ମାଧୁରୀ ଦୀକ୍ଷିତ, ଫିଲ୍ମର ଅନ୍ୟ ଦୁଇ ମୁଖ୍ୟ ଚରିତ୍ର ସଞ୍ଜୟ ଦତ୍ତ ଓ ସଲମାନ ଖାନ ନଜର ଆସୁଥିବା ଦେଖିବାକୁ ମିଳିଛି। ଏହାସହ କାହିଁକି ଫିଲ୍ମରେ ଅଭିନୟ କରିବାକୁ ମାଧୁରୀ ରାଜି ହୋଇଥିଲେ, ତାହାର କାରଣ ମଧ୍ୟ ଲେଖିଛନ୍ତି।

ମାଧୁରୀ ଲେଖିଛନ୍ତି, ସିନେମାର ସ୍କ୍ରିପ୍ଟ ପଢ଼ିବା ମାତ୍ରେ ହିଁ ସାଙ୍ଗେ ସାଙ୍ଗେ ଫିଲ୍ମର ଜଣେ ଅଂଶ ହେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହାସହ ରୋମାଣ୍ଟିକ କାହାଣୀ, ଡାଏଲଗ ଗୁଡ଼ିକ କବିତା ପରି ଏବଂଗୀତ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ନିଜ ପୋଷ୍ଟରେ ଲେଖିଛନ୍ତି। ୧୯୯୧ ମସିହାରେ ପରଦାକୁ ଆସିଥିବା ଫିଲ୍ମଟି ସେହି ସମୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସର୍ବାଧିକ ବ୍ୟବସାୟ କରିଥିଲା। ଫିଲ୍ମରେ କାଦର ଖାନ, ରୀମା ଲାଗୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ନଜର ଆସିଥିଲେ। ଫିଲ୍ମଟି ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା। ଲରେନ୍ସ ଡି ସୌଜା ନିର୍ଦ୍ଦେଶନା ଦେଇଥିବା ବେଳେ ନଦୀମ-ଶ୍ରବନ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମର ସମସ୍ତ ଗୀତ ଚିରସବୁଜ। ସେହିପରି ଏହି ଫିଲ୍ମର ଗୀତଗୁଡ଼ିକ ପାଇଁ ନଦୀମ-ଶ୍ରବନ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।

%d bloggers like this: