ଅଯୋଧ୍ୟାରେ ଉତ୍ସାହ, ଅଧିଷ୍ଠିତ ହେବେ ଶେଷ ନାଗ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅଯୋଧ୍ୟାରେ ଉତ୍ସାହ। ଶ୍ରୀରାମ ମନ୍ଦିର ଭୂମି ପୂଜନ ଦିନ ପାଖେଇ ଆସୁଥିବାବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଶ୍ରୀରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନରେ ସୁନାର ଶେଷନାଗ ସ୍ଥାପନ ହେବାକୁ ଯାଉଛି। ରୂପା କଇଁଚ ଉପରେ ସୁନା ଶେଷ ନାଗଙ୍କୁ ଅଧିଷ୍ଠିତ କରାଯିବ। ଏହାସହିତ କାଶୀ ବିଶ୍ୱନାଥରୁ ଆସିଥିବା ରୂପା ବେଲପତ୍ରକୁ ସଜ୍ଜିତ ରଖାଯାଇଛି। ସେପଟେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମୀକ୍ଷା କରିବା ସହ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବେ ଯୋଗୀ। ଗତ ୨୫ ତାରିଖରେ ମଧ୍ୟ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *