ବ୍ଲାକସ୍ପଟ୍ ଚିହ୍ନଟ ୬୦ ଜିଲ୍ଲା ଉପରେ ଫୋକସ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ କାୟା ବିସ୍ତାର କରିଚାଲିଛି କୋରୋନା।ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ନୂଆ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ଦେଶର ସର୍ବାଧିକ ପ୍ରଭାବିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମହାରାଷ୍ଚ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ବୈଠକ କରିଛନ୍ତି ମୋଦି । ଏହି ୭ ରାଜ୍ୟରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ୬୫ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ଲାକସ୍ପଟ୍ ଚିହ୍ନଟ ହୋଇଥିବା ଦେଶର ୬୦ଟି ଜିଲ୍ଲା ଉପରେ ଫୋକସ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ପ୍ରତିଦିନ ରାଜ୍ୟର ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀମାନେ ଘଣ୍ଟାଏ ଲେଖାଏଁ ସମୟ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୮୩ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଏବେ ଦେଶରେ ରିକଭରୀ ରେଟ୍ ୮୧ ଦଶମିକ ୨୫ରେ ପହଞ୍ଚିଛି । ମାସ୍କ ବ୍ୟବହାର ଓ ଶାରୀରିକ ଦୂରତା ରକ୍ଷା ନୀତିକୁ କଡ଼ାକଡ଼ା ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦେଶରେ ଏବେ ୫୬ ଲକ୍ଷ ପାର ହୋଇଛି କୋରୋନା ସଂକ୍ରମିତ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ୧ ହଜାର ୮୫ ଜଣଙ୍କ ଜୀବନ ନେଇଛି।

%d bloggers like this: