କରୋନା ସଂକ୍ରମଣ ଭୟ: ମୌସୁମୀ ଅଧିବେଶନ ଅଧାରୁ ବନ୍ଦ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସଂସଦର ଉଭୟ ଗୃହ ଅଧାରୁ ବନ୍ଦ ହୋଇଯାଇଛି । ଏହା ସହ ଚଳିତ ମୌସୁମୀ ଅଧିବେଶନକୁ ସାଏନ ଏ ଡାଏ ଘୋଷଣା କରାଯାଇଛି । ଗତକାଲି ପ୍ରଥମାର୍ଦ୍ଧରେ ରାଜ୍ୟସଭା ଏବଂ ବିଳମ୍ବିତ ସଂଧ୍ୟାରେ ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୧ ତାରିଖ ଯାଏ ସଂସଦର ଅଧିବେଶ ବସିବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ  ଗତକାଲି ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢ଼ିବାରୁ ଅଧାରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ବିଜନେସ୍ ଆଡଭାଇଜରି କମିଟିରେ ଆଲୋଚନା ପରେ ଅଧିବେଶନ କାଣ୍ଟଛାଟ କରିବାକୁ ସ୍ଥିର ହୋଇଥିଲା।  

ଜ୍ୟସଭାର ଅଧିବେଶନକୁ ୯ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି। କୋଭିଡ ମହାମାରୀ ଦୃଷ୍ଟିରୁ ୭୮ବର୍ଷର ଇତିହାସରେ ପ୍ରଥମଥର ପାଇଁ ୧୩ଟି ପରିବର୍ତ୍ତନ ସହ ୧୦ଦିନ ଧରି ଚାଲିଥିବା ରାଜ୍ୟସଭାର ୨୫୨ତମ ଅଧିବେଶନରେ ସରକାର ଅନେକ ମହତ୍ତ୍ୱପୂର୍ଣ୍ଣ ବିଲ୍‌ ପାରିତ କରିବାରେ ସଫଳ ହୋଇଛନ୍ତି।  ଏସବୁ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଲ୍- ନ୍ୟାସନାଲ ଫରେନ୍‌ସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦, ରାଷ୍ଟ୍ରୀୟ ସୁରକ୍ଷା ୟୁନିଭରସିଟି ବିଲ୍ ୨୦୨୦ ତଥା ଶ୍ରମ ସୁରକ୍ଷା ସମ୍ପର୍କିତ ତିନୋଟି ବିଲ୍ ରହିଛି ।

ଲୋକସଭାରେ ମଧ୍ୟ ଭଲ ପ୍ରଦର୍ଶନ ହୋଇଛି । ଲୋକସଭାର ଗୃହକାର୍ଯ୍ୟ 167 ପ୍ରତିଶତ ରହିଛି ।  ଲୋକସଭାର ଇତିହାସରେ ଏହା ଏକ ରେକର୍ଡ ଅଟେ । ପ୍ରଥମ ଥର ବିନା କୌଣସି ଛୁଟିରେ ଲୋକସଭା ଏତେ ଭଲ ପ୍ରଦର୍ଶନ କରିଛି । ରବିବାର ଏବଂ ସୋମବାର ରାତି ବିଳମ୍ବିତ ରାତି ଯାଏ ଗୃହକାର୍ଯ୍ୟ ଚାଲିଛି ।

ମୋଟ 10ଟି କାର୍ଯ୍ୟ ଦିବସରେ 37 ଘଣ୍ଟା ପରିବର୍ତ୍ତେ 60 ଘଣ୍ଟା କାମ ହୋଇଛି । ଏହି ଅଧିବେଶନରେ 16ଟି ସଂଶୋଧିତ ବିଲ୍ ଉପସ୍ଥାପନ କରାଯାଇଥିବା ବେଳେ 25ଟି ବିଲ୍ ପାରିତ ହୋଇଛି ।  

%d bloggers like this: