ବି-ଟାଉନର ବିଗ୍ ଏକ୍ସପୋଜ: ଦୀପିକା, ଶ୍ରଦ୍ଧା, ସାରା ଓ ରକୁଲଙ୍କୁ ସମନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆକ୍ସନ ମୋଡ଼ରେ ଏନସିବି। ବୁଧବାର ଡ୍ରଗ୍ସ ଲିଙ୍କରେ ବଲିଉଡର ୪ ବଡ଼ ଅଭିନେତ୍ରୀଙ୍କୁ ସମନ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୁଇ ଦିନ ଧରି ଏନେଇ ଚର୍ଚ୍ଚା ଲାଗି ରହିଥିଲା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୪ ନାୟିକାଙ୍କ ସମେତ ମୋଟ ୭ ଜଣଙ୍କୁ ସମନ ଜାରି କରିଛି। ଆସନ୍ତା ୩ ଦିନ ମଧ୍ୟରେ ଦୀପିକା ପାଦୁକୋଣ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରିତ ସିଂହଙ୍କ ସହ ଦୀପିକାଙ୍କ ମ୍ୟାନେଜର କରୀସ୍ମା ପ୍ରକାଶ, ସିମୋନ ଖମ୍ବାଟାଙ୍କୁ ମଧ୍ୟ ପଚରାଉଚରା କରିବ ଏନସିବି।

ବୁଧବାର ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ଜୟା ଶାହାଙ୍କ ସମେତ କ୍ୱାନ୍ କମ୍ପାନି ଡିରେକ୍ଟର ମଧୁ ମାଣ୍ଟେନା, କମ୍ପାନି ସିଇଓ ଧ୍ରୁବଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା ଜାରି ରଖିଛି ଏନସିବି। ବଲିଉଡ ଷ୍ଟାରମାନେ ଡିପ୍ରେସନର ଶିକାର ହୋଇ ଡ୍ରଗ୍ସ ସେବନ କରୁଥିବା ଜୟା ଏନସିବି ଅଧିକାରୀଙ୍କ ଆଗରେ ବୟାନ ରଖିଛନ୍ତି। ତେବେ ଗୁରୁବାରଠାରୁ ବଲିଉଡ ଡ୍ରଗ୍ସ ଲିଙ୍କରେ ଅନେକ ନୂଆ ମୁହଁ ସାମ୍ନାକୁ ଆସିବା ସମ୍ଭାବନା ରହିଛି।

ସେପଟେ ରିୟା ଓ ସୌଭିକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଗତକାଲି ସେସନ୍ସ କୋର୍ଟ ଆସନ୍ତା ୬ ଅକ୍ଟୋବର ପର୍ଯ୍ୟନ୍ତ ରିୟା ଏବଂ ସୌଭିକଙ୍କ ସମେତ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଥିଲେ। ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ରିୟା ଓ ସୌଭିକ।

%d bloggers like this: