ସିଙ୍ଗାପୁର ଓପନ୍ ଟାଇଟଲ୍ ଜିଣିଲେ ପି.ଭି. ସିନ୍ଧୁ; ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

 ସିଙ୍ଗାପୁର ଓପନ୍ ଟାଇଟଲ୍ ଜିଣିଲେ ପି.ଭି. ସିନ୍ଧୁ; ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପି ଭି ସିନ୍ଧୁଙ୍କୁ ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଆଗାମୀ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

 କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 “ମୁଁ ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଉଛି । ସେ ପୁଣିଥରେ ନିଜର ଅତୁଳନୀୟ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଛନ୍ତି ଏବଂ ସଫଳତା ହାସଲ କରିଛନ୍ତି । ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଆଗାମୀ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।”

0 Comments

Leave Your Comment

Your email address will not be published. Required fields are marked *

%d bloggers like this: