ଚଳିତ ମାସ ବାହାରିବ +୨ ପରୀକ୍ଷା ଫଳ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି, କରୋନା ଯୋଗୁ ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ଦେଖା ବିଳମ୍ବିତ ହୋଇଛି। ସେଥପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି। ହେଲେ ବର୍ତ୍ତମାନ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ, ଆଶା କରାଯାଉଛି ରେଜଲ୍ଟ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ସିବିଏସଇ ଓ ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡ଼ିଶା ସିଏଚଏସଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ।

Leave a Reply

Your email address will not be published. Required fields are marked *