କେମିତି ଅଛି କାଶ୍ମୀର: ବର୍ଷକ ତଳେ ଉଚ୍ଛେଦ ହୋଇଥିଲା ଧାରା ୩୭୦

କେମିତି ଅଛି କାଶ୍ମୀର: ବର୍ଷକ ତଳେ ଉଚ୍ଛେଦ ହୋଇଥିଲା ଧାରା ୩୭୦

ପ୍ରିଜମ ନ୍ୟୁଜ୍ (ସ୍ୱତନ୍ତ୍ର): ଭାରତର ସ୍ୱର୍ଗକୁ ନେଇ ଯେବେ ବି ଇତିହାସ ଲେଖା ହେବ ଅବା ଯେତିକି ଇତିହାସ ଲେଖା ହୋଇଛି, ସେଥିରେ ଏବେ ଏବେ ଯୋଡ଼ା ହୋଇଛି ଅଗଷ୍ଟ ୫ ତାରିଖ। ବର୍ଷ ୨୦୧୯ ମାସ ଅଗଷ୍ଟ ଏବଂ ତାରିଖ ୫। ଭାରତୀୟ ରାଜନୈତିକ, ଭୌଗୋଳିକ ଓ କୂଟନୈତିକ ଇତିହାସରେ ଅଗଷ୍ଟ ୫କୁ ଏକ ସ୍ୱତନ୍ତ୍ର ଦୃଷ୍ଟିରେ ଦେଖାଯିବ, ଅଧ୍ୟୟନ ହେବ ଏବଂ ତା’ ସାଙ୍ଗକୁ ଏହାକୁ ନେଇ ଆରମ୍ଭ ହେବ ତର୍କ, ବିତର୍କ ଏବଂ ମାନସମନ୍ଥନ। ଚାହୁଁ ଚାହୁଁ ବର୍ଷେ ହୋଇଗଲା। କାଲି ପରି ଲାଗୁଛି ଯେବେ ‘ଏକ ଦେଶ ଦୋ ନିଶାନ ଦୋ ପ୍ରଧାନ’ଚିରଦିନ ପାଇଁ କବର ନେଇଥିଲା। ଆଉ ପ୍ରତିଟି ଭାରତୀୟ ଗର୍ବରେ କହିଥିଲେ ‘ଏକ୍ ଦେଶ୍-ଏକ ନିଶାନ୍- ମେରା ଭାରତ ମହାନ’।

ଗତବର୍ଷ ରାଜ୍ୟସଭାରେ ଜମ୍ମୁ ଓ କାଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଗୃହମନ୍ତ୍ରୀ ତଥା ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୃହରେ ଏ ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ। ତେବେ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନା କଲାବେଳେ ବିରୋଧୀ ହୋ-ହଲ୍ଲା କରିଥିଲେ। କିନ୍ତୁ ଶେଷରେ ଏହି ବିଲ୍‌କୁ ମଞ୍ଜୁରୀ ମିଳିଥିଲା। ଶାହ ପ୍ରଥମେ ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35A ଉଚ୍ଛେଦ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସଂସଦରେ ଭ୍ୟାଲିରୁ ଧାରା 370 ଏବଂ ’35-କ’ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବର ବହୁ ପୂର୍ବରୁ ରଣନୀତି, ରାଜନୀତି ଓ ପ୍ରାଶାସନିକ କ୍ଷେତ୍ରରେ ସମସ୍ତ ବିଧି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜମ୍ମୁ କାଶ୍ମୀରକୁ ଅଧିକ ସୁରକ୍ଷାବାହିନୀ ପ୍ରେରଣ କରାଯାଇଥିଲା। ଆଉ ଏହା ପଛରେ କ’ଣ କାରଣ ରହିଛି ବୋଲି ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଶେଷରେ ସେସବୁର ଅନ୍ତ ଘଟାଇ ଗୃହମନ୍ତ୍ରୀ ଅମିତ ଶାହ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଏହାକୁ ଆଗତ କରିଥିଲେ, ଯାହା ବହୁ ମତରେ ପାରିତ ହୋଇଥିଲା। ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରକୁ ଭାଗ ଭାଗ କରି ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ସହ ଦେଶରେ ଏହାକୁ ନେଇ ବିଶେଷ କରି ଦେଶର ରାଜନୀତି ମଇଦାନରେ ବିରାଟ ଭୂକମ୍ପ ସୃଷ୍ଟି ହୋଇଥିଲା।

କାଶ୍ମୀରର ନୂଆ ପ୍ରାଶାସନିକ ଚେହେରା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କଲା । ନୂଆ ଇତିହାସ ଲେଖା ଗଲା ଆଉ ବଦଳିଥିଲା କାଶ୍ମୀର ଭୂଗୋଳ। ଯେଉଁ ଇତିହାସକୁ ପୂରା ଭାରତ ୭୦ ବର୍ଷ ଧରି ଅପେକ୍ଷା କରିଥିଲା, ଗତବର୍ଷ ଅଗଷ୍ଟ ମାସ ୫ ତାରିଖରେ ତାହା ରୂପ ନେଇଥିଲା ଏବଂ ଲେଖା ହୋଇଥିଲା ନୂଆ ଇତିହାସ। ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଛି ସମ୍ବିଧାନର ଧାରା ୩୭୦। ଖାଲି ସେତିକି ନୁହେଁ, ଜମ୍ମୁ ଓ କାଶ୍ମୀରକୁ ଦୁଇଭାଗ ବି କରାଯାଇଛି। ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଜମ୍ମୁ ଓ କାଶ୍ମୀରକୁ ମିଶାଇ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହୋଇଛି । ବର୍ଷକ ପରେ ସ୍ଥିତି କେମିତି ଅଛି ତାହା ସମସ୍ତେ ଜାଣିବାକୁ ଆଗ୍ରହ ଦେଖାଇବେ ନିଶ୍ଚୟ ।

ସୂଚନା ଥାଉ କି, ସ୍ବାଧୀନତାର ଦୁଇ ବର୍ଷ ପରେ ୧୯୪୯ ମସିହା ୧୭ ଅକ୍ଟୋବରରେ ଲାଗୁ ହୋଇଥିଲା ଧାରା ୩୭୦, ଯାହା ବର୍ତ୍ତମାନ ଉଠିଯାଇଛି । ଧାରା ୩୭୦ ଦ୍ବାରା ଭାରତ ଜମ୍ମୁ କାଶ୍ମୀରରେ କେବଳ ବୈଦେଶିକ, ପ୍ରତିରକ୍ଷା ଓ ସଂଚାର ମାମଲାରେ ହସ୍ତକ୍ଷେପ କରୁଥିଲା ଏବଂ କିନ୍ତୁ ଆଉ ସେ କଟକଣା ନାହିଁ କି ବାଧ୍ୟବାଧକତା ବି ନାହିଁ ।

ଅନ୍ୟ ପ୍ରସଙ୍ଗରେ ଜମ୍ମୁ କାଶ୍ମୀର ସରକାର ନିଷ୍ପତ୍ତି ନେଉଥିଲେ। ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ସମ୍ବିଧାନ ଓ ଅଲଗା ଜାତୀୟ ପତାକା ଥିଲା। ଏପରିକି ଦେଶର ଅନ୍ୟ କୌଣସି ଅଞ୍ଚଳର ଲୋକେ ଜମ୍ମୁ କାଶ୍ମୀରରେ ଜମି କିଣିପାରୁ ନ ଥିଲେ। ହେଲେ ଏବେ ଏସବୁ ବିତିଲା ଦିନର କଥା ହୋଇଯାଇଛି। ଏବେ ଏସବୁ ଅଚଳ ହୋଇଯାଇଛି। ଦେଶର ଅନ୍ୟ ସବୁ ରାଜ୍ୟ ଭଳି ଜମ୍ମୁ କାଶ୍ମୀର ଭାରତର ସାଧାରଣ ଅଂଶବିଶେଷ ହୋଇଛି।

ତଥାପି ଏବେ ବି ଜମ୍ମୁ ଓ କାଶ୍ମୀରରେ ଅରାଜକତା ସୃଷ୍ଟି କରୁଥିବା ଆତଙ୍କବାଦୀ ଓ ସେମାନଙ୍କୁ ସବୁପ୍ରକାର ସହଯୋଗ କରୁଥିବା କିଛି ଦେଶଦ୍ରୋହୀ ଏବଂ ରୀତିମତ ଭାରତରୁ କାଶ୍ମୀରକୁ ଅଲଗା ପାଇଁ ଦାବି କରୁଥିବା ବିଚ୍ଛିନ୍ନତାବାଦୀ ନେତାମାନେ ଏବେ ବି ନିଜ ଔକାତରୁ ତଳକୁ ଖସୁ ନାହାନ୍ତି ।

ମିରୱାଇଜ୍ ଉମର ଫାରୁକଙ୍କ ନେତୃତ୍ୱାଧୀନ ହୁରିୟତ କନଫ୍ରେନ୍ସ ଅଭିଯୋଗ କରିଛି ଯେ, ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସ୍ଥିତିକୁ ପ୍ରତ୍ୟାହାର କରି ନେଇଥିବା “ମାଂସପେଶୀ ପଦକ୍ଷେପ” ଏହାର ଜନସଂଖ୍ୟା ଏବଂ ଶାରୀରିକ ଚରିତ୍ରକୁ ପରିବର୍ତ୍ତନ କରିବା ପାଇଁ ଉଦ୍ଦିଷ୍ଟ କିନ୍ତୁ ଏହା କାଶ୍ମୀରର ବାସ୍ତବତାକୁ ପରିବର୍ତ୍ତନ କରିବ ନାହିଁ”।

ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ପକ୍ଷରୁ ଏହା ବି କୁହାଯାଇଛି ଯେ, ଜମ୍ମୁ ଓ କାଶ୍ମୀରର ଜନସଂଖ୍ୟା ଏବଂ ଭୌତିକ ଚରିତ୍ରକୁ ପରିବର୍ତ୍ତନ କରିବା ଏବଂ ଏହାର ପ୍ରକୃତିକୁ ଦୁର୍ବଳ କରିବା ଏକପାଖିଆ ନିଷ୍ପତ୍ତି, କାଶ୍ମୀର ପ୍ରସଙ୍ଗର ବାସ୍ତବତାକୁ ପରିବର୍ତ୍ତନ କରିବ ନାହିଁ କିମ୍ବା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାର ଆବଶ୍ୟକତା ମଧ୍ୟ ପରିବର୍ତ୍ତନ କରିବ ନାହିଁ।

ହୁରିୟତ କହିଛି ଯେ, ଜମ୍ମୁ ଓ କାଶ୍ମୀର ସମସ୍ତ ଲୋକଙ୍କ ଇଚ୍ଛା ଏବଂ ଆକାଂକ୍ଷା ଅନୁଯାୟୀ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏହା ସର୍ବଦା ଓକିଲାତି କରିଆସୁଛି ଏବଂ ଦୃଢ଼ତାର ସହ ଠିଆ ହୋଇଛି।

ଭ୍ୟାଲିର ଲୋକଙ୍କ ଆକାଂକ୍ଷା ଅନୁଯାୟୀ କାଶ୍ମୀର ପ୍ରସଙ୍ଗର ସ୍ଥାୟୀ ତଥା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ଉଭୟ ଭାରତ ଏବଂ ପାକିସ୍ତାନକୁ ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ କହୁଛୁ, ଯେହେତୁ ସେମାନେ ମୁଖ୍ୟ ହିତାଧିକାରୀ ଭାବରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ବିଗତ ୭୩ ବର୍ଷ ଧରି ବିବାଦ ଏବଂ ନର୍କ ଅବସ୍ଥାରେ ବାସ କରିବା କରୁଛନ୍ତି ବୋଲି ହୁରିୟତ ନିଜ ପକ୍ଷରୁ ବିବୃତ୍ତି ଜାରି କରି କହିଛି ।

Article 370 was anti-Women, anti-Dalit and anti-Tribals: BJP

0 Comments

Leave Your Comment

Your email address will not be published. Required fields are marked *

%d bloggers like this: