ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଚିକିତ୍ସା

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଚିକିତ୍ସା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲାବାସୀଙ୍କ ଲାଗି ଖୁସି ଖବର। ଦୂରହେବ କୋରୋନାର ଭୟାବହତା। ସୁସ୍ଥ ହେବେ ସଂକ୍ରମିତ ରୋଗୀ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିଷ୍ପତି କ୍ରମେ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ପ୍ରଥମ ପର୍ଯ୍ୟାୟରେ କଟକ ଏସସିବିରୁ ୬ଟି ପ୍ଲାଜମା ୟୁନିଟ୍ ଏମକେସିଜି ମେଡିକାଲ କଲେଜରେ ପହଞ୍ଚିଛି। ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ। ଶୀତଳାପଲ୍ଲି ଟାଟା କୋଭିଡ୍ ମେଡିକାଲରେ ପ୍ରଥମ ପ୍ଲାଜମା ଥେରାପି ଚିକିତ୍ସା ହୋଇଥିବା ବେଳେ କୋରୋନା ଭେକସିନ ଭଳି ଏହି ଥେରାପି କାର୍ଯ୍ୟ କରିବା ସହ ଅନେକ ରୋଗୀ ସଫଳତାର ସହ ସୁସ୍ଥ ହେବେ ବୋଲି ସମସ୍ତେ ଆଶା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫ହଜାର ୯ଶହ ୯୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୦% ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାରେ ପ୍ଲାଜମା ଥେରାପିର ଆବଶ୍ୟକତା ରହିଛି। ସେହିପରି ଖୁବଶୀଘ୍ର ଏଫରେସିସ୍ ମେସିନ୍ ରକ୍ତ ଭଣ୍ଡାରରେ ସ୍ଥାପନ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ସ୍ବତନ୍ତ୍ର ଅନୁଦାନ ମଧ୍ୟ ରାଜ୍ୟ ସରକାର ପ୍ରଦାନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: