N-95 ମାସ୍କ ବିପଦଜନକ !, ଘରେ ତିଆରି ମାସ୍କ ପିନ୍ଧିବାକୁ ସରକାରଙ୍କ ପରାମର୍ଶ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପୁଣି ମାସ୍କକୁ ନେଇ ସତର୍କ କରାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ।ଭାଲବ୍ ଥିବା ମାସ୍କ ନ ପିନ୍ଧି ଘରେ ତିଆରି କପଡ଼ା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଗବେଷଣାରୁ ଜଣାପଡ଼ିଛି ଯେ, ଏଭଳି ଭାଲବ୍ ଲାଗିଥିବା ମାସ୍କ ଭାଇରସକୁ ରୋକିବାରେ ସମ୍ପୂର୍ଣ୍ଣ ସକ୍ଷମ ନୁହେଁ। କୋରୋନାକୁ ଏ ପର୍ଯ୍ୟନ୍ତ ୬ ମାସ ବିତିଯାଇଥିଲେ ସୁଦ୍ଧା ଲୋକେ ନା ଠିକ୍ ଭାବେ ମାସ୍କ ବ୍ୟବହାର କରିବା ଜାଣିଛନ୍ତି ନା ବୁଝିପାରିଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କହିଛି ଯେ, N-95 ମାସ୍କ ସୁରକ୍ଷା ଦେବା ବଦଳରେ ଅଧିକ କ୍ଷତି ଆଣିବାଟା ଥୟ। ଏଥିରେ ଲାଗିଥିବା ରେସ୍ପିରେଟର କିମ୍ବା ଫିଲଟର ବାଟ ଦେଇ ଭାଇରସ ପଶିପାରେ। ଯଦି କୌଣସି ବ୍ୟକ୍ତି କୋରୋନା ଆକ୍ରାନ୍ତ ଏବଂ ସେହି ବ୍ୟକ୍ତି ଏଭଳି ମାସ୍କ ପିନ୍ଧିଥାନ୍ତି ତା’ହେଲେ ରେସ୍ପିରେଟର ଜରିଆରେ ବାହାରକୁ ଛାଡୁଥିବା ନିଶ୍ୱାସରେ ଭାଇରସ ଆସିପାରେ। ଏହି ମାସ୍କ କେବଳ ବିଶେଷ ସ୍ଥିତିରେ ହସ୍ପିଟାଲ ଡାକ୍ତର କିମ୍ବା ପ୍ରଦୂଷଣରୁ ବର୍ତ୍ତିବା ଲାଗି ବ୍ୟବହାର କରାଯାଇପାରେ। ଚିଠିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ପରାମର୍ଶ ଦେଇଛି ଯେ, ଘରେ ତିଆରି କପଡ଼ା ମାସ୍କ ହିଁ ବ୍ୟବହାର କରିବା ବୁଦ୍ଧିମତାର କାମ। କପଡ଼ା ମାସ୍କକୁ ଲୁଣମିଶା ଗରମ ପାଣିରେ ଧୋଇପାରିବେ। ଏଭଳି ଘରେ ତିଆରି ମାସ୍କକୁ ଦିନସାରା ପିନ୍ଧିବା ପରେ ସନ୍ଧ୍ୟାରେ ସଫା କରିବା ଜରୁରୀ।

Leave a Reply

Your email address will not be published. Required fields are marked *