ଭାରସାମ୍ୟ ହରାଇ ଓଲଟିପଡ଼ିଲା ପିକ୍ ଅପ୍ ଭ୍ୟାନ; 35 ଯାତ୍ରୀ ଗୁରୁତର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ସାନବାର୍ଲି ଠାରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ । ଏହି ଅଘଟଣରେ 35 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କଳାହାଣ୍ଡିର ଜୟପାଟଣାରୁ ଝରିଗାଁ ବ୍ଲକ କାଜିମାଲି ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ ଏକ ବିବାହ ଉତ୍ସବରେ ଯୋଗଦେଇ ଏମାନେ ପିକ୍ଅପ୍ ଭ୍ୟାନରେ ଫେରୁଥିଲେ ।  ଅନ୍ୟ ଆହତଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  ମୈଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା 

%d bloggers like this: