୪୮ ତମ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବେ ଏନଭି ରମନ୍ନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜଷ୍ଟିସ ଏନଭି ରମନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ଜଷ୍ଟିସ ଏସ ଏ ବୋବଡେ ଏପ୍ରିଲ ୨୩ରେ ଅବସର ନେବେ। ଏହାପରେ ରମନ୍ନା ଭାରତର ୪୮ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ନେବେ ବୋଲି ଜଣାପଡିଛି। ଅବସର ପୂର୍ବରୁ ଜଷ୍ଟିସ ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ନିକଟକୁ ତାଙ୍କ ଉତ୍ତରାଧିକାରୀଙ୍କ ତାଲିକା ପଠାଇଛନ୍ତି । ଯେଉଁଥିରେ ଏନଭି ରମନ୍ନାଙ୍କ ନାମ ରହିଛି। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ଜଷ୍ଟିସ ଏନଭି ରମନ୍ନା। ଫେବୃଆରୀ ୨, ୨୦୧୭ ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ସେ। ଏବେ ତାଙ୍କର କାର୍ଯ୍ୟକାଳର ଅବଧି ପୂରଣ ହେବାକୁ ମାତ୍ର ଦୁଇ ବର୍ଷ ବାକି ଅଛି। ସେ ୨୬ ଅଗଷ୍ଟ ୨୦୨୨ରେ ଅବସର ନେବାକୁ ଯାଉଛନ୍ତି।

%d bloggers like this: