ପୁରୁଷଙ୍କର ବି ହୁଏ Periods! ପୂର୍ଣ୍ଣିମା ରାତିରେ ଘଟେ ଏଭଳି କିଛି…

ପୁରୁଷଙ୍କର ବି ହୁଏ Periods! ପୂର୍ଣ୍ଣିମା ରାତିରେ ଘଟେ ଏଭଳି କିଛି…

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହିଳାମାନଙ୍କର ପିରିୟଡ଼ସ୍(Periods)ହେବା ସ୍ବାଭାବିକ କଥା । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ, ପୁରୁଷଙ୍କର ବି ପିରିୟଡ଼ସ୍(Periods) ହେଉଛି। ତେବେ ଏହା ଶୁଣି ଅନେକ ଆଶ୍ଚର୍ଯ୍ୟ ହେବେ ନ ହେଲେ ଏହା ମିଛ ବୋଲି ଭାବିବେ। କଥାଟା ହୁଏତ ଆପଣଙ୍କୁ ମିଛ ବା ମଜା କଲା ଭଳି ଲାଗୁଥାଇପାରେ କିନ୍ତୁ ଏହା ସତ ବୋଲି ଏକ ଅନୁସନ୍ଧାନରୁ ଜଣା ପଡ଼ିଛି। ଟ୍ୟୁନିସିଆ ଏବଂ କତାରର ବୈଜ୍ଞାନିକଙ୍କ ଦ୍ଵାରା କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ପ୍ରକାଶ ପାଇଛି। ସେମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୂର୍ଣ୍ଣିମା ଚନ୍ଦ୍ର ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହି ଚନ୍ଦ୍ର ହେତୁ ଶରୀରରେ ଟେଷ୍ଟୋଷ୍ଟେରନ୍ ଏବଂ କର୍ଟିସୋଲର ସ୍ତର ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହି କାରଣରୁ, ପୁରୁଷମାନେ ପୂର୍ଣ୍ଣିମା ଦିନ ବହୁତ ଚାପଗ୍ରସ୍ତ ରୁହନ୍ତି। ଯେପରି ମହିଳାମାନେ ପିରିୟଡ଼ସ୍(Periods) ପୂର୍ବରୁ ଅନୁଭବ କରନ୍ତି ସେମାନେ ମଧ୍ୟ ସେପରି ଅନୁଭବ କରନ୍ତି ।

ପୂର୍ଣ୍ଣିମା ରାତିରେ ପୁରୁଷମାନଙ୍କ ଶରୀରରେ ହରମୋନାଲ ପରିବର୍ତ୍ତନ ହୋଇଥାଏ । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ରାତିରେ ପୁରୁଷମାନଙ୍କୁ ନିଦ ଆସିନଥାଏ। ଏହାସହ ତାଙ୍କ ରକ୍ତରେ ଚାପ ବୃଦ୍ଧି କରୁଥିବା ହରମୋନ୍ ପ୍ରବାହ ବଢ଼ିଥାଏ। ଏହା ବ୍ୟତୀତ ପୁରୁଷଙ୍କ ଶରୀରରେ ସେକ୍ସ ହରମୋନ୍ ଟେଷ୍ଟୋଷ୍ଟେରନ୍ ଏବଂ ଷ୍ଟ୍ରେସ୍ ହରମୋନ୍ କର୍ଟିସୋଲରେ ବୃଦ୍ଧି ଘଟିଥାଏ। ଏବେ ପର୍ଯ୍ୟନ୍ତ ପୂର୍ଣ୍ଣିମା ଚନ୍ଦ୍ର ସମୁଦ୍ର ତରଙ୍ଗ ସହିତ ଜଡିତ ଥିଲା। କିନ୍ତୁ ଏହି ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ପୂର୍ଣ୍ଣିମା ଚନ୍ଦ୍ରଠାରୁ ଉତ୍ପନ ମାଧ୍ୟାକର୍ଷଣ ଶକ୍ତି ପୁରୁଷମାନଙ୍କ ଶରୀର ଏବଂ ମନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।


ଏହି ଗବେଷଣା ଟ୍ୟୁନିସିଆ ଏବଂ କତାରର ଗବେଷଣା କେନ୍ଦ୍ରରେ କରାଯାଇଥିଲା। ଅନୁସନ୍ଧାନରେ ସାମିଲ୍ ଥିବା ଇସମାଇଲ ଡେରଗା କହିଛନ୍ତି ଯେ ଅଧ୍ୟୟନର ଫଳାଫଳ ପାଇଁ ପୂର୍ଣ୍ଣିମା ତଥା ଅନ୍ୟାନ୍ୟ ଦିନରେ ପୁରୁଷଙ୍କ ଶରୀରର ରକ୍ତ ନେଇ କମ୍ପ୍ୟାର କରାଯାଇଥିଲା। ଏଥିରୁ ଜଣା ପଡ଼ିଥିଲା ଯେ ପୂର୍ଣ୍ଣିମା ରାତିରେ ନିଆଯାଇଥିବା ରକ୍ତ ନମୁନା ଏବଂ ଅନ୍ୟ ଦିନରେ ନମୁନାରେ ଅନେକ ଫରକ୍ ରହିଛି। ପୂର୍ଣ୍ଣିମା ରାତିରେ ପୁରୁଷଙ୍କ ଶରୀରରେ ଶୋଇବା ହରମୋନ୍ ମେଲାଟୋନିନ୍ ଏବଂ ଟେଷ୍ଟୋଷ୍ଟେରନ୍ କମ୍ ଥିଲା। ଯେତେବେଳେ କି ଷ୍ଟ୍ରେସ୍ ହରମୋନ୍ କର୍ଟିସୋଲ୍ ଅଧିକ ଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: