ବନ୍ୟାପାଣି ପିଇବେ ବିହାରବାସୀ, ଜାଣନ୍ତୁ କାହିଁକି

ବନ୍ୟାପାଣି ପିଇବେ ବିହାରବାସୀ, ଜାଣନ୍ତୁ କାହିଁକି

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିହାରରେ ଏପରି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ସର୍ବଦା ଜଳର ଅଭାବ ରହିଥାଏ। କେତେବେଳେ ବନ୍ୟା ଯୋଗୁଁତ ପୁଣି କେତେବେଳେ ବର୍ଷା ଅଭାବରୁ ପାନ୍ୟ ଜଳ ସମସ୍ୟା ଦେଖାଦେଇଥାଏ। ଉଭୟ ପରିସ୍ଥିତିରେ ବିହାରର ଲୋକମାନେ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏଭଳି ପରିସ୍ଥିତିରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ‘ହର ଘର ଗଙ୍ଗାଜାଲ’ ନାମକ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ।

ବିହାର ସରକାରଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ‘ହର ଘର ଗଙ୍ଗାଜଲ’କୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି, ଯାହା ବିହାରର ଲକ୍ଷ ଲକ୍ଷ ବାସିନ୍ଦା ତଥା ରାଜ୍ୟ ପର୍ଯ୍ୟଟକଙ୍କ ମୁହଁରେ ଖୁସି ଆଣିଦେବ।ଭାରତରେ ପ୍ରଥମ କରି ଏହି ପ୍ରକଳ୍ପ ଆରମ୍ଭ ହୋଇଛି, ଏହି ପ୍ରକଳ୍ପ ଜରିଆରେ ବନ୍ୟା ଜଳ ସଂରକ୍ଷଣ ହୋଇ ଫିଲ୍ଟର ହେବ। ଏବଂ ଲୋକମାନଙ୍କୁ ୩୬୫ ଦିନ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଡ୍ରିମ୍ ପ୍ରୋଜେକ୍ଟ ଇଞ୍ଜିନିୟରିଂ ବୃହତ୍ କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ (MEIL) ତିଆରି କରୁଛି। ଏହା ବ୍ୟତୀତ ଜଳ ସମ୍ପଦ ବିକାଶ ତଥା ଆଇପିଆରଡି ମନ୍ତ୍ରୀ ସଞ୍ଜୟ କୁମାର ଝା ମଧ୍ୟ ଏହି ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ପୁରାଣ, ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ତିନୋଟି ସହରରେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ପର୍ଯ୍ୟଟକ ଏହି ସହର ଗୁଡ଼ିକୁ ପରିଦର୍ଶନରେ ଆସନ୍ତି, ଫଳସ୍ୱରୂପ ବିଶୁଦ୍ଧ ଜଳର ଚାହିଦା ଅଧିକ ରହିଛି। ପ୍ରଥମ ପର୍ଯ୍ୟାୟରେ ରାଜଗିର, ଗୟା ଏବଂ ବୋଧ ଗୟା ସହରକୁ ଏହି ପ୍ରକଳ୍ପ ଗଚ୍ଛିତ ଜଳ ଯୋଗାଇ ଚାହିଦା ପୂରଣ କରିବ।ଡିସେମ୍ବର ୨୦୧୯ ରେ ବୋଧ ଗୟାଠାରେ ଏକ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପର ଗୁରୁତ୍ୱକୁ ଅନୁଧ୍ୟାନ କରାଯିବା ସହ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ସହରଗୁଡିକରେ ଗଙ୍ଗା ଜଳ ଆଣିବା ପାଇଁ ସଂକଳ୍ପ ଘୋଷଣା କରିଥିଲେ।ଗଙ୍ଗା ଜଳ ଯୋଗାଣ ଯୋଜନା ଅନୁଯାୟୀ, ନିର୍ଦ୍ଧିଷ୍ଟ ସହରକୁ ପ୍ରତିଦିନ ୧୩୫ ଲିଟର ହାରରେ ପାନୀୟ ଜଳ ଯୋଗାଇ ଦିଆଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: