ବର୍ଷ ବର୍ଷ ଧରି ଏହି ଗାଁର ସମସ୍ତ ଘରେ ଦିଆଯାଏ କେବଳ କଳା ରଙ୍ଗ

ବର୍ଷ ବର୍ଷ ଧରି ଏହି ଗାଁର ସମସ୍ତ ଘରେ ଦିଆଯାଏ କେବଳ କଳା ରଙ୍ଗ

ପ୍ରିଜମ ନ୍ୟୁଜ ବ୍ୟୁରୋ:ସାଧାରଣତଃ କଳା ରଙ୍ଗ ଅଶୁଭ ବୋଲି ମାନ୍ୟତା ରହିଛି। ବାସ୍ତୁ ଦୃଷ୍ଟିରୁ ହେଉ କି ସୁନ୍ଦରତା ଦୃଷ୍ଟିରୁ କେହିବି ନିଜ ଘରକୁ ପୁରାପୁରି କଳା ରଙ୍ଗ କରିବାକୁ ଚାହିଁବ ନାହିଁ। କିନ୍ତୁ ଆମ ଦେଶରେ ଏପରି ଗୋଟିଏ ଗାଁ ଅଛି ଯେଉଁଠାରେ ଆପଣ ଚାହିଁଲେ ବି ଘରକୁ ନିଜ ଇଚ୍ଛା ଅନୁଯାୟୀ ରଙ୍ଗ କରିପାରିବେ ନାହିଁ। ଏହି ଗାଁର ପ୍ରତ୍ୟେକ ଘରକୁ କଳା ରଙ୍ଗ କରିବାକୁ ପଡିଥାଏ। ବାସ୍ତବରେ ଛତିଶଗଡର ଜଶପୁର ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ଏବଂ ସହରରେ ଘରଗୁଡିକ କଳା ରଙ୍ଗ କରାଯାଇଥାଏ,କାରଣ ଏଭଳି କରିବା ଦ୍ୱାରା ଘରଗୁଡ଼ିକ ସହଜରେ ଦୃଶ୍ୟମାନ ହୋଇଥାଏ। ଆଦିବାସୀ ସମାଜର ଲୋକମାନେ ଆଜିବି ନିଜ ଘରର ଚଟାଣ ଏବଂ କାନ୍ଥକୁ କଳା ରଙ୍ଗରେ ରଙ୍ଗେଇଥାନ୍ତି।

ଏଭଳି କରିବା ପଛରେ ଅନେକ ମାନ୍ୟତା ରହିଛି।ଦୀପାବଳି ପୂର୍ବରୁ ଏଠାକାର ସମସ୍ତ ଲୋକ ନିଜ ଘରକୁ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଜଶପୁର ଜିଲ୍ଲାର ଅଘୁରିୟା ଆଦିବାସୀ ସମାଜର ଲୋକମାନେ ପରମ୍ପରା ଅନୁଯାୟୀ କଳା ରଙ୍ଗ ଚୟନ କରି ନିଜ ଘରକୁ ରଙ୍ଗ ଦେଉଛନ୍ତି। ସମାନତା ପାଇଁ ଗ୍ରାମବାସୀ ଘରର କାନ୍ଥକୁ କୌଣସି ବଜାର ରଙ୍ଗ ନୁହେଁ ବରଂ କଳା ମାଟିରେ ଲିପି ରଙ୍ଗ କରିଥାନ୍ତି। ଏଥିପାଇଁ କିଛି ଗ୍ରାମବାସୀ ନଡ଼ା ଜାଳି କଳା ରଙ୍ଗ ପ୍ରସ୍ତୁତ କରୁଥିବାବେଳେ କେତେକ ଟାୟାର ଜାଳି କଳା ରଙ୍ଗ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ କଳା ମାଟି ସହଜରେ ଉପଲବ୍ଧ ଥିବାରୁ ଏସବୁ କରିବାକୁ ପଡୁନଥିଲା, କିନ୍ତୁ ବର୍ତ୍ତମାନ କଳା ମାଟି ନମିଳିବାରୁ ଏଭଳି କରାଯାଉଛି।

ବାସ୍ତବରେ, ଅଘରିୟା ଆଦିବାସୀ ସମାଜର ଲୋକମାନେ ଏକତା ଦର୍ଶାଇବା ପାଇଁ ଘରଗୁଡ଼ିକୁ କଳା ରଙ୍ଗରେ ରଙ୍ଗେଇବା ଆରମ୍ଭ କରିଥିଲେ। ବହୁ ଆଦିମ କାଳରୁ ଅଘରିୟା ଆଦିବାସୀମାନେ ଏହି ରଙ୍ଗ ବ୍ୟବହାର କରୁଛନ୍ତି। ସେହି ସମୟରେ କେବଳ କଳା ମାଟି କିମ୍ବା ନାଲି ମାଟି ଘରଗୁଡ଼ିକୁ ରଙ୍ଗ କରିବା ପାଇଁ ଉପଲବ୍ଧ ହେଉଥିଲା ଏବଂ ସେଥିରେ ରଙ୍ଗ କରାଯାଉଥିଲା। ଆଜି ବି ଗାଁରେ କଳା ରଙ୍ଗ ଦେଖି ଜଣାପଡ଼ି ଯାଏ ଯେ ତାହା ଗୋଟିଏ ଆଦିବାସୀ ବ୍ୟକ୍ତିଙ୍କ ଘର। କଳା ରଙ୍ଗ କରିବା ଦ୍ୱାରା ଚୋରି କମ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କଳା ରଙ୍ଗ କାରଣରୁ ଘରଗୁଡ଼ିକରେ ଦିନରେ ମଧ୍ୟ ଗାଢ଼ ଅନ୍ଧାର ହୋଇଥାଏ, କେଉଁ କୋଠରୀରେ କଣ ଅଛି ତାହା ସହଜରେ ଜାଣି ହୁଏନି।

ଏହାସହ ଆଦିବାସୀମାନଙ୍କ ଘରେ ଖୁବ୍ କମ୍ ଝରକା ରହିଥାଏ। ସେଠାରେ କେବଳ ଗୋଟେ ଯୋଡେ ଛୋଟ ଛୋଟ ସ୍କାଏଲାଇଟ୍ ରହିଥାଏ। ଏପରି ଘରେ ଚୋରି ହେବାର ଆଶଙ୍କା କମ୍ ରହିଥାଏ। ଏହା ସହିତ, କଳା ରଙ୍ଗର ଏକ ବୈଶିଷ୍ଟ୍ୟହେଉଛି ଯେ ସମସ୍ତ ପ୍ରକାରର ପାଗରେ କଳା ରଙ୍ଗର ମାଟିକାନ୍ଥ ଆରାମଦାୟକ ଅନୁଭବ ହୋଇଥାଏ। କେବଳ ସେତିକି ନୁହେଁ। ଆଦିବାସୀମାନେ କାନ୍ଥରେ ଅନେକ କଳାକୃତି ମଧ୍ୟ ତିଆରି କରନ୍ତି । ସେଥିପାଇଁ ସେମାନେ ନିଜ ଘର କାନ୍ଥରେ କଳା ରଙ୍ଗ କରିଥାନ୍ତି। ତେବେ ଏହି କଳା ରଙ୍ଗର ଆଦିବାସୀ ଗାଁ ବା ଘରଗୁଡ଼ିକ ବେଶ ଆକର୍ଷଣୀୟ ଦେଖାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: