ଏହି ଅଭିନେତ୍ରୀଙ୍କୁ ମିଳିଲା ହଲିଉଡ ସୁଯୋଗ, ସିଧା ବନିବେ CIA ଏଜେଣ୍ଟ

ଏହି ଅଭିନେତ୍ରୀଙ୍କୁ ମିଳିଲା ହଲିଉଡ ସୁଯୋଗ, ସିଧା ବନିବେ CIA ଏଜେଣ୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: CIA ଏଜେଣ୍ଟ ହେବେ ଅଭିନେତ୍ରୀ ପାୟଲ ଘୋଷ। ବାଇକ ଚାଳନାଠାରୁ ଆରମ୍ଭ କରି କାର୍ ଚଳାଇବା ଏବଂ ପ୍ରତିକୂଳ ପରିସ୍ଥିତିରେ କିଭଳି ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଇପାରିବ, ତାହାର କୌଶଳ ଶିଖୁଛନ୍ତି ପାୟଲ। ଗୁଇନ୍ଦା ଏଜେଣ୍ଟମାନେ ନିଜ ଜୀବନକୁ ବିପଦରେ ପକାଇ ଦେଶ ସ୍ୱାର୍ଥ ପାଇଁ କେଉଁ କେଉଁ ପରିସ୍ଥିତିରେ ତଥ୍ୟ ହାସଲ କରନ୍ତି ତାହାର ଟ୍ରେନିଂ ନେଉଛନ୍ତି ପାୟଲ। ରିୟଲ ଲାଇଫରେ ନୁହେଁ, ରିଲ୍‌ ଲାଇଫରେ ସିଆଇଏ ଏଜେଣ୍ଟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ପାୟଲ। ତାହା ପୁଣି ବଲିଉଡ୍‌ରେ ନୁହେଁ ହଲିଉଡ୍‌ ଦୁନିଆରେ । ଫିଲ୍ମ ‘ଜଷ୍ଟିସ’ ଜରିଆରେ ହଲିଉଡ୍‌ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ପାୟଲ । ଏଥିପାଇଁ ସେ ମୁମ୍ବାଇରେ ଟ୍ରେନିଂ ନେଉଥିବା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ଫିଲ୍ମରେ କାମ କରୁଥିବାରୁ ସେ ବହୁତ ଗର୍ବ ଅନୁଭବ କରିବା ସହ ସିଆଇଏ ଏଜେଣ୍ଟ ଅଭିନୟ ତାଙ୍କ ପାଇଁ ଚ୍ୟାଲେଞ୍ଜ ବୋଲି କହିଛନ୍ତି।


ଫିଲ୍ମର ସୁଟିଂ ପାଇଁ ଖୁବଶୀଘ୍ର ସେ ଆମେରିକା ଯିବେ । ଫିଲ୍ମ ‘ଜଷ୍ଟିସର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଶ୍ରୀଲଙ୍କାର ଭାଜି ଭରଣ। ତେଲୁଗୁ ଫିଲ୍ମ ଜରିଆରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ପାୟଲ । ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ‘ପ୍ରାଣାୟାନମ’, ଯାହା ୨୦୦୯ର ରିଲିଜ ହୋଇଥିଲା । ମାତ୍ର, ଋିଷି କପୁର ଓ ପରେଶ ରାୱଲଙ୍କ ଅଭିନୀତ ଫିଲ୍ମ ‘ପଟେଲ କି ପଞ୍ଜାବୀ ସାଦି’ରେ ତାଙ୍କ ଭୂମିକା ପାଇଁ ସେ ବଲିଉଡ୍‌ରେ ବେଶ୍ ଜଣାଶୁଣା ।

%d bloggers like this: