ଟେଲିଭିଜନର ବାଦଶାହ ହେବ IPL-2020

ଟେଲିଭିଜନର ବାଦଶାହ ହେବ IPL-2020

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଚଳିତ ଥର ସମସ୍ତ ରେକର୍ଡ ଭାଙ୍ଗିବ IPL 2020 । ପୂର୍ବ ସଂସ୍କରଣ ଅପେକ୍ଷା ଟିଭି ରେଟିଂର ସମସ୍ତ ରେକର୍ଡ ଭାଙ୍ଗି ସୃଷ୍ଟି କରିବ ଇତିହାସ । କୋରୋନା ମହାମାରୀ ବେଳେ ଆଇପିଏଲର ୧୩ତମ ସଂସ୍କରଣକୁ ନେଇ ଏଭଳି କହିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ‘BCCI’ ସଭାପତି ସୌରଭ ଗାଙ୍ଗୁଲି । ଚେନ୍ନାଇ ସୁପର କିଙ୍ଗ୍‌ସ ଟିମ୍‌ରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ସତ୍ତ୍ବେ ବିସିସିଆଇ ସଭାପତିଙ୍କ ଏଭଳି ବୟାନ ଉଭୟ ଖେଳାଳି ଏବଂ କ୍ରିକେଟ୍‌ ପ୍ରେମୀଙ୍କୁ ଉତ୍ସାହିତ କରିଛି।


ଦାଦାଙ୍କ କହିବା କଥା, କୋରୋନା ମହାମାରୀ ପାଇଁ ଏଥର ଦର୍ଶକ ଷ୍ଟାଡିୟମକୁ ଆସିବେ ନାହିଁ, ଘରେ ରହି ଟିଭିରେ ଖେଳ ଦେଖିବେ । ତେଣୁ ପ୍ରସାରଣ କରିବାକୁ ଯାଉଥିବା ଚ୍ୟାନେଲ ଚଳିତ ଆଇପିଏଲ ସିଜିନରେ ସର୍ବାଧିକ ଟେଲିଭିଜନ ରେଟିଂ ଆଶା କରୁଛି।ପ୍ରତିଟି ଘଟଣାର ଏକ ସକରାତ୍ମକ ଦିଗ ରହିଥାଏ, ଯାହା ଏଥର ଆଇପିଏଲ ସିଜିନ୍‌ ୧୩ରେ ହେବାକୁ ଯାଉଛି। ଏହାସହ ଏପରି ଭୟଙ୍କର ପରିସ୍ଥିତିରେ ବାସ୍ତବ ଜୀବନକୁ ସାମାନ୍ୟ ସ୍ଥିତି ଆଣିବାର ସହାୟକ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି। ଖୁବଶୀଘ୍ର ୩୦ ପ୍ରତିଶତ ଦର୍ଶକଙ୍କ ସହ ସମାଜିକ ଦୁରତ୍ବ ବଜାୟ ରଖି ମ୍ୟାଚ୍‌ ହେବ ବୋଲି ଗାଙ୍ଗୁଲି ଆଶା ରଖିଛନ୍ତି । ଦେଶରେ କୋରୋନା ସଂକ୍ରମଣ ମାମଲା ବଢ଼ୁଥିବାରୁ ଏଥର ଆଇପିଏଲର ୧୩ତମ ସଂସ୍କରଣ (UAE)ର ଦୁବାଇ, ଆବୁଧାବି ଏବଂ ସାରଜାହରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଟି-20 ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଟାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଟିମ୍‌ର ୧୩ଜଣ ଖେଳାଳିଙ୍କୁ କୋରୋନା ହେବା ପରେ କ୍ରୀଡ଼ା ଜଗତରେ ହଇଚଇ ସୃଷ୍ଟି ହୋଇଥିଲା।

%d bloggers like this: