ରାଜ୍ୟରେ ଗଡ଼ିବ ବସ୍, ଅନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ଖୁବଶୀଘ୍ର ନିଷ୍ପତ୍ତି

ରାଜ୍ୟରେ ଗଡ଼ିବ ବସ୍, ଅନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ଖୁବଶୀଘ୍ର ନିଷ୍ପତ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ସ୍ବାଭାବିକ ବସ୍‌ ଚଳାଚଳ। କୋରୋନା କଟକଣା କୋହଳ ହୋଇଥିବାରୁ ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଉଭୟ ଘରୋଇ ଓ ସରକାରୀ ବସ ସ୍ୱାଭାବିକ ହେବ। କଟକଣା କୋହଳ ହୋଇଥିବାରୁ ବସ ଚଳାଚଳରେ ଆଉ ଅସୁବିଧା ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ବସ ଚଳାଇବା ସମୟରେ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ । ଉଭୟ ଯାତ୍ରୀ ଓ ବସ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କ୍ଷମତାଠୁ ଅଧିକ ଯାତ୍ରୀ ନେଇ ପାରିବନି ବସ୍‌ । ପୂର୍ବରୁ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ପ୍ୟାସେଞ୍ଜର ନହେବାରୁ ବହୁତ କମ ବସ ଚଳାଚଳ କରୁଥିଲା । ଏବେ ପ୍ରାୟ କଟକଣା କୋହଳ ହୋଇଥିବାରୁ ଆଗକୁ ବସ ଚଳାଚଳ ସମ୍ପୂର୍ଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ବସ ମାଲିକ ସଂଘର ଦାବି ମୁତାବକ ଓ ସ୍ଥିତିକୁ ଦେଖି ଟ୍ୟାକ୍ସ ଛାଡ଼ ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏବେ କଟକଣା କୋହଳ ହୋଇଥିବାରୁ ବସ ମାଲିକମାନେ ବସ ଚଳାଚଳ କଲେ ଲୋକମାନେ କୋଭିଡ ନିୟମ ମାନି ବସ୍‌ରେ ଯାତାୟାତ ଆରମ୍ଭ କରିବେ। ସେହିପରି ଖୁବଶୀଘ୍ର ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି

%d bloggers like this: