ପାରାଦୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାରାଦୀପ-ବଡ଼ବିଲ ୩ ଶହ କିଲୋମିଟର ରାସ୍ତା ହେବ ୮ ଲେନ୍ ବିଶିଷ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଭୟଙ୍କ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେହିପରି କେନ୍ଦୁଝରରୁ ଖଣିଜ ଦ୍ରବ୍ୟ ପରିବହନରେ ରାସ୍ତାର ବଡ଼ ଭୂମିକା ରହିଛି। କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାର ସହଯୋଗ କରିବେ। ଗୋପାଳପୁରରୁ ଦୀଘା ଯାଏ କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ। ସମସ୍ତ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ଏନଓସି ଦେଲେ ଶୀଘ୍ର ଟେଣ୍ଡର ହେବ ବୋଲି କହିଛନ୍ତି ନୀତିନ ଗଡ଼କରୀ। କୋଷ୍ଟାଲ ହାଇୱେ ସାତପଡ଼ା ଯାଏ ନେବାକୁ ସହମତି ପ୍ରକାଶ କରିଛନ୍ତି। ବୈଠକରେ ଭୁବନେଶ୍ୱର ରିଂରୋଡ୍ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

%d bloggers like this: