ତାପସୀଙ୍କ ଏହି ଫିଲ୍ମର ଫାଷ୍ଟ ଲୁକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁଙ୍କ ‘ଲୁପ ଲପେଟା’ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରାଯାଇଛି। ୧୯୯୮ରେ ରିଲିଜ ହୋଇଥିବା ଜର୍ମାନୀର ସୁପରହିଟ ଫିଲ୍ମ ‘ରନ ଲୋଲା ରନ’ର ଏହା ହିନ୍ଦୀ ରିମେକ୍। ତେବେ ତାପସୀଙ୍କ ଏହି ନୂଆ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଆକାଶ ଭାଟିଆ। ପୂର୍ବରୁ ‘ପିଙ୍କ’, ‘ଥାପ୍ପଡ’, ‘ବଦଲା’ ଭଳି ଅନେକ ଫିଲ୍ମରେ ବଳିଷ୍ଠ ଅଭିନୟ ବଳରେ ତାପସୀ ନିଜ ପ୍ରଶଂସକଙ୍କ ମନ ଜିଣିଛନ୍ତି। ଏହି କମେଡି ଥ୍ରୀଲର ତାପସୀଙ୍କୁ ପ୍ରତିଷ୍ଠିତ କରାଇବ ବୋଲି ଫିଲ୍ମର ନିର୍ଦ୍ଦେଶକ ଆକାଶ କହିଛନ୍ତି। ସେହିପରି ଫିଲ୍ମର ଫାଷ୍ଟ ଲୁକକୁ ପ୍ରଶଂସକମାନେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି।

%d bloggers like this: