ପୁଣି ବିଭାଜନ ହେବ ପାକିସ୍ତାନ ?

ପୁଣି ବିଭାଜନ ହେବ ପାକିସ୍ତାନ ?

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ପାକିସ୍ତାନକୁ ଘାରିଛି ନୂଆ ଚିନ୍ତା । କାରଣ ତାଲିବାନ ଦେଇଛି ବଡ଼ ଧମକ । ତାଲିବାନ ଆଫଗାନିସ୍ତାନର ଉପ ବୈଦେଶିକ ମନ୍ତ୍ରୀ ଶେର୍‌ ମହମ୍ମଦ ଅବ୍‌ବାସ ଷ୍ଟାନିକ୍‌ଜଇ ପାକିସ୍ତାନକୁ ଦେଇଛନ୍ତି ବଡ଼ ଚେତାବନୀ । ତାଙ୍କରି କହିବା କଥା, ୧୯୭୧ରେ ବାଂଲାଦେଶର ଜନ୍ମ ସମୟରେ ପାକିସ୍ତାନ ଯେମିତି ବିଭାଜନ ହୋଇଥିଲା, ପୁଣି ଥରେ ସେଭଳି ପାକିସ୍ତାନର ବିଭାଜନ ହେବା ନେଇ ଧମକ ଦେଇଛନ୍ତି ଷ୍ଟାନିକ୍‌ଜଇ । ଗୁରୁତ୍ବପୂର୍ଣ୍ଣ ବିଷୟ ଏହା ଯେ, ପାକିସ୍ତାନ ଯେଉଁ ତାଲିବାନର ଭରଣପୋଷଣ କରୁଥିଲା, ନିଜର ଛତ୍ରଛାୟା ତଳେ ରଖିଥିଲା, ଏପରିକି ତାଲିବାନର ସଦସ୍ୟମାନଙ୍କୁ ଟ୍ୟାଙ୍କ୍‌ ଓ ଅସ୍ତ୍ରଶସ୍ତ୍ର ପାଇଁ ଋଣ ମଧ୍ୟ ଦେଉଥିଲା । ସେଇ ତାଲିବାନ ଏବେ ପାକିସ୍ତାନକୁ ବର୍‌ବାଦ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତାଲିବାନ ମନ୍ତ୍ରୀ ଷ୍ଟାନିକ୍‌ଜଇଙ୍କ ଚେତାବନୀ ସେତେବେଳେ ଆସିଲା, ଯେତେବେଳେ ପାକିସ୍ତାନ, ଆଫଗାନିସ୍ତାନକୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାରେ ଲାଗିଲା। ଷ୍ଟାନିକ୍‌ଜଇଙ୍କ କହିବା କଥା, ଅନ୍ତରାଷ୍ଟ୍ରୀୟ ସୀମାର ଉଭୟ ପାର୍ଶ୍ବରେ ପସ୍ତୁନମାନେ ଦୁଇ ଦେଶକୁ ଅଲଗା କରୁଥିବା ଡୁରାଣ୍ଡ ରେଖାକୁ କଦାପି ସ୍ବୀକାର କରି ନାହାନ୍ତି ।

ସେ କହିଛନ୍ତି ଯେ, ଆମେ ଡୁରାଣ୍ଡ ରେଖାକୁ ନା କେବେ ମାନିଥିଲୁ ନା କେବେ ସ୍ବୀକାର କରିବୁ । ଆଜି ଆଫଗାନିସ୍ତାନର ଅଧା ଅଂଶ ଅଲଗା ହୋଇସାରିଛି ଏବଂ ଡୁରାଣ୍ଡ ରେଖାର ଅନ୍ୟ ପାଖରେ ଅଛି । ଟୋଲୋ ନ୍ୟୁଜକୁ ଫେବ୍ରୁଆରୀ ୧୬ ତାରିଖରେ ଷ୍ଟାନିକଜଇ କହିଥିଲେ ଯେ, ଡୁରାଣ୍ଡ ହେଉଛି ସେଇ ରେଖା, ଯାହା ଇଂରେଜମାନେ ଆଫଗାନ ଲୋକଙ୍କ ଛାତିରେ ଟାଣିଥିଲେ । ଆଜି ପଡ଼ୋଶୀ ଦେଶ ପାକିସ୍ତାନ ଆଫଗାନ୍‌ ଶରଣାର୍ଥୀଙ୍କୁ ଅତ୍ୟନ୍ତ କ୍ରୁର ସହ ନିର୍ବାସିତ କରୁଛି । ଏହାସହ ନିଜ ଦେଶକୁ ଫେରିଯିବା ପାଇଁ ବାଧ୍ୟ କରୁଛି ପାକିସ୍ତାନ । ଅନ୍ୟପଟେ ବଲୁଚିସ୍ତାନ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଷ୍ଟାନିକ୍‌ଜଇଙ୍କ କହିବା କଥା, ଏଭଳି ଅତ୍ୟାଚାର ଯୋଗୁ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ୧୯୭୧ରେ ବାଂଲାଦେଶ ବିଭାଜନ ସମୟରେ ଯେଉଁଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା, ପାକିସ୍ତାନକୁ ପୁଣି ଥରେ ସେଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ଷ୍ଟାନିକ୍‌ଜଇ ଚେତାବନୀ ଦେଇଛନ୍ତି । ତେବେ ପାକିସ୍ତାନ ପ୍ରାୟ ୧.୭ ମିଲିୟନ ଆଫଗାନ୍‌ ଶରଣାର୍ଥୀଙ୍କ ଭବିଷ୍ଯତ ଅନିଶ୍ଚିତତାକୁ ଠେଲି ଦେଇଥିବା ଆଫଗାନିସ୍ତାନର ଉପ ବୈଦେଶିକ ମନ୍ତ୍ରୀ କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: