ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା, ତାହା ହିଁ ହେଲା । ଶେଷରେ ବିଜେପିରେ ମିଶିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଦୀପ ପଦ୍ମ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତାଙ୍କ ଉପସ୍ଥିତରେ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ। ବିଜେପିରେ ମିଶିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ସଫଳତାରେ ଅନୁପ୍ରାଣିତ ହୋଇ ବିଜେପି ଯୋଗ ଦେଇଛନ୍ତି ବୋଲି କହିଛନ୍ତି।

ପ୍ରଦୀପ କହିଛନ୍ତି ଯେ, ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ରାଜ୍ୟରେ ଥିବା ଅନ୍ଧ, ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା। ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା। ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ। ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେଇ ଓଡ଼ିଶାରେ ସରକାର କରିବା ପାଇଁ ସୁଯୋଗ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ପ୍ରଦୀପ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: