ହୀରା ମୁଦି ଗିପ୍ଟ ଦେବାରୁ ବ୍ରେକଅପ୍ କଲା ପ୍ରେମିକା, ଲୋକେ କହିଲେ ଏମିତି ଝିଅ…

ହୀରା ମୁଦି ଗିପ୍ଟ ଦେବାରୁ ବ୍ରେକଅପ୍ କଲା ପ୍ରେମିକା, ଲୋକେ କହିଲେ ଏମିତି ଝିଅ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଝିଅ ମାନଙ୍କୁ ବୁଝିବା ଓ ବୁଝେଇବା ସବୁଠୁ କଷ୍ଟକର କାମ। କେତେବେଳେ ତାଙ୍କୁ ଦାମୀ ଉପହାର ଦରକାର ତ ଆଉ କେତେବେଳେ ଦାମୀ ଉପହାରରେ ଟଙ୍କା ଖର୍ଚ୍ଚ କଲେ ରାଗ ତାଙ୍କର ଚରମ ସୀମାରେ ପହଞ୍ଚିଯାଏ। ସେମିତି ଏକ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବା ପାଇଁ ୧୪୦୦୦ ପାଉଣ୍ଡ ଅର୍ଥାତ୍‌ ୧୫ ଲକ୍ଷ ଟଙ୍କାର ଏକ ହୀରା ମୁଦି କିଣି ଆଣିଥିଲେ। ମାତ୍ର ପ୍ରେମିକା ଜଣକ ସେଥିରେ ଖୁସି ହେବା ବଦଳରେ ଯେତେବେଳେ ସତ କଥା ଜାଣିଥିଲେ ତାଙ୍କ ପ୍ରେମିକକୁ ଛାଡ଼ି ମା’ ବାପାଙ୍କ ପାଖକୁ ରହିବାକୁ ଚାଲି ଯାଇଥିଲେ। ତେବେ ଘଟଣାଟିରେ ଆଘାତ ପାଇଥିବା ପ୍ରେମିକ ସୋସିଆଲ ମିଡିଆରେ ତାଙ୍କ କାହାଣୀ ଜଣାଇବା ପରେ ବେଶ ଭାଇରାଲ୍ ହେବାରେ ଲାଗିଛି।

ପ୍ରେମିକ ଜଣକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କଣ ମୋର ଭୁଲ୍ ଥିଲା.. ମୁଁ ମୋ ପ୍ରେମିକାଙ୍କୁ ୧୫ ଲକ୍ଷ ଟଙ୍କାର ହୀରା ମୁଦି ଗିଫ୍ଟ ଦେବାଟା ? ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ମୋ ପ୍ରେମିକାଙ୍କୁ ପ୍ରପୋଜ୍ କରିବା ପାଇଁ ହୀରା ମୁଦି ଆଣିଥିଲି। ଯାହା ପ୍ରକୃତ ହୀରା ନ ଥିଲା। ଏହା ଲ୍ୟାବ୍‌ରେ ତିଆରି କରାଯାଇଥିଲା। ପ୍ରଥମେ ମୋ ପ୍ରେମିକା ଏହା ଶୁଣି କହିଥିଲେ କି କାହିଁକି ଏତେ ଟଙ୍କା ଖର୍ଚ୍ଚ କଲ। ଏତେ ଟଙ୍କା ଦେଇ ମୁଁ ୩.୬ କ୍ୟାରେଟ୍‌ର ଏତେବଡ଼ ହୀରାମୁଦି କେମିତି କିଣିଲି ସେ ମୋତେ ପଚାରିଥିଲେ । ଯୁବକ ଜଣକ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ମୋ ପ୍ରେମିକା ମୋତେ ହୀରାମୁଦିର ରସିଦ୍‌ ଦେଖିବାକୁ କହିଥିଲେ। ଏହା ଦେଖିବା ପରେ ସେ ମୋତେ ଅନେକ ପ୍ରଶ୍ନ କଲେ। ଶେଷରେ ମୁଁ କହିଥିଲି ଏହା ପ୍ରକୃତ ହୀରା ନୁହେଁ। ମୁଁ ଏହାକୁ ଲ୍ୟାବ୍‌ରେ ତିଆରି କରିଛି। ଏକଥା ବି ମୁଁ ଜାଣିଛି ଏହି ହୀରା ନକଲି ନୁହେଁ। ଏହା ଶୁଣି ରାଗି ଯାଇଥିଲେ ପ୍ରେମିକା। ସେ ମୋ’ଠାରୁ ଏହି ମୁଦି ନ ପିନ୍ଧି ମୋତେ ଅପମାନିତ କରି ତାଙ୍କ ମାତାପିତାଙ୍କ ନିକଟକୁ ଚାଲି ଯାଇଥିଲେ। ଯୁବକଙ୍କ ଏପରି ପୋଷ୍ଟ ଦେଖି ଅନେକ ସେହି ଝିଅକୁ ଭୁଲି ଯିବାକୁ ପରାମର୍ଶ ଦେଇଛନ୍ତି । ଅନେକ ୟୁଜର୍ସ ତାଙ୍କ ପୋଷ୍ଟରେ କମେଣ୍ଟ କରିବା ସହ ଏପରି ଯୁବତୀଙ୍କ ଠାରୁ ଦୂରେଇ ଯିବା ଭଲ ବୋଲି ପରାମର୍ଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: