ଅନୁଗୁଳବାସୀଙ୍କୁ ୧,୮୦୬ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳବାସୀଙ୍କୁ ୧,୮୦୬ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ଅନୁଗୋଳ ଗସ୍ତରେ ଯାଇ ଅନେକ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଏହି ଗସ୍ତ ସମୟରେ ଜିଲ୍ଲାର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ୧,୮୦୬ କୋଟିର ଭିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ୩୧୩ କୋଟି ବ୍ୟୟରେ ୮୦ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ୬୭ଟି 5T ରୂପାନ୍ତରିତ ସ୍କୁଲ ଆଦି ଲୋକାର୍ପଣ ସହ ୧,୪୯୨ କୋଟିରେ ୭୯୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ଅବସରରେ ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪୨ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ୭,୩୭୨ SHG ଗୋଷ୍ଠୀର ୭୫ ହଜାର ମହିଳା ଉପକୃତ ହେଉଛନ୍ତି। ଏଥିସହ ୪୮ଟି ପଞ୍ଚାୟତର ଲୋକଙ୍କ ପାଇଁ ୩୫୦ କୋଟିରେ ୨ଟି ବୃହତ ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଅନୁଗୋଳକୁ ସେବା ଓ ସଂଗ୍ରାମର ଭୂମି ଭାବେ ବର୍ଣ୍ଣନା କରି ବିକାଶ ଏହାର ସବୁଠାରୁ ବଡ଼ ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସହିତ ନିଯୁକ୍ତିର ସୁଯୋଗ ବଢୁଥିବା ଦର୍ଶାଇ ଶୁଭାରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଦ୍ଵାରା ବିକାଶ ଆହୁରି ତ୍ବରାନ୍ବିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: