‘ରମାକୁ ମାରିବାର ପାଞ୍ଚଟି ଉପାୟ’ ପାଇଁ ଦେବଦାସ ଛୋଟରାୟଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବୀଣାପାଣି ପଣ୍ଡାଙ୍କୁ ବି ମିଳିବ ସମ୍ମାନ

‘ରମାକୁ ମାରିବାର ପାଞ୍ଚଟି ଉପାୟ’ ପାଇଁ ଦେବଦାସ ଛୋଟରାୟଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବୀଣାପାଣି ପଣ୍ଡାଙ୍କୁ ବି ମିଳିବ ସମ୍ମାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୨୦୧୫-୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ୯ଟି ବିଭାଗ ପାଇଁ ବିଭିନ୍ନ ଲେଖକ, ଲେଖିକାଙ୍କୁ ପୁରସ୍କୃତ କରାଯିବ। ଉପନ୍ୟାସ ‘ଗୋଟିଏ ଯୋଡ଼ି ଗାଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡାଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର । ସେହିପରି ‘ଗୋଧୂଳି ଗୀତ’ କବିତା ପାଇଁ ବୀଣାପାଣୀ ପଣ୍ଡାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ‘ରମାକୁ ମାରିବାର ୫ଟି ଉପାୟ’ କ୍ଷୁଦ୍ରଗଳ୍ପ ପାଇଁ ଦେବଦାସ ଛୋଟରାୟ, ‘ଆଲୋଚନା ପ୍ରସଙ୍ଗ’ ପାଇଁ ପ୍ରସନ୍ନ ସ୍ୱାଇଁ, ‘ଆତ୍ମଲିପି ଓ ଅନ୍ୟାନ୍ୟ’ ପାଇଁ ଫକୀର ସିଂହ ଓ ‘ଫେରନ୍ତି ଘର’ କବିତା ପାଇଁ ଭଗବାନ ଜୟସିଂ, ‘ଚୁଇଁ ଚଢ଼େଇ’ ଶିଶୁ ସାହିତ୍ୟ ପାଇଁ ଦେବେନ୍ଦ୍ର ଚୌଧୁରୀ, ‘ତଥାପି କିଛି ରହିଯିବ’ ଅନୁବାଦ ପାଇଁ ବିଜୟ ମହାନ୍ତି, ‘ପ୍ରତି ପଲକରେ ତୁମେ’ ଗୀତି କବିତା ପାଇଁ ମନୋଜ ମହାନ୍ତିଙ୍କୁ ପୁରସ୍କୃତ କରାଯିବ ।

ସେହିପରି ‘ଗପର ମୁହଁ’ କ୍ଷୁଦ୍ରଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ। ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରାୟୋଗିକ ପ୍ରସଙ୍ଗ ପାଇଁ ପଞ୍ଚାନନ ମିଶ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: